ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାବିସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ। ମୁମ୍ବାଇ ଆଜାଦ ମୈଦାନରେ ସନ୍ଧ୍ୟାରେ ହେବ ଶପଥ ଗ୍ରହଣ ସମାରୋହ। ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ବିଜୟ ରୂପାନୀ।

ଚର୍ଚ୍ଚା ହେଉଛି, ଶିବ ସେନା ନେତା ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇପାରନ୍ତି। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଫଡନାବିସ।
ମୁମ୍ବାଇରେ ଦୁଇ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ବିଜୟ ରୂପାନୀଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ସେଠାରେ ସର୍ବସମ୍ମତରେ ଫଡନାବିସ ନେତା ନିର୍ବାଚିତ ହୋଇଛନ୍ତି। ଏଥିସହ ୧୨ ଦିନ ଧରି ଚାଲିଥିବା ସିଏମ୍ ସସପେନ୍ସ ଉପରୁ ପରଦା ହଟିଛି।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ