ଦୁଇ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଉଦଯାପିତ

ଭୁବନେଶ୍ଵର, ୨୧/୧୦/୨୦୨୫: ରାଜସ୍ୱ ଆଇନ କେତେଦୂର ଠିକ ଭାବରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସମୀକ୍ଷା କରିବା ଦରକାର । ଯଦି ହେଉନାହିଁ ତାର କାରଣ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି । ଆମକୁ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ । ରାଜସ୍ୱ ସେବା ରାଜ୍ୟରୁ ଆରମ୍ଭ କରି ଗ୍ରାମସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମକୁ ନିରନ୍ତର ଭାବରେ କାର୍ଯ୍ୟ କରିବାକୁ ପଡିବ । ନିଜର ବିଚାର ଓ ବିବେକ ଅନୁଯାୟୀ ସାଧାରଣ ଲୋକଟିକୁ ନ୍ୟାୟ ଦେବାକୁ ପଡିବ । ଆମେ ଜନସାଧାରଣଙ୍କ ସେବକ । ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ତୁରନ୍ତ ସେବା ଓ ଉପଯୁକ୍ତ ନ୍ୟାୟ ପ୍ରଦାନ ଦିଗରେ ସଚେତନ ରହି କାର୍ଯ୍ୟ କରିବାକୁ ପଡିବ । ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜନସାଧାରଣଙ୍କୁ ସଠିକ ଭାବରେ ରାଜସ୍ୱ ସେବା ଯୋଗାଇ ଦେବା ସହ ସମାଜର ମଙ୍ଗଳ ଓ ସମାଜକୁ ଆଗକୁ ନେବାକୁ ରାଜସ୍ୱ ଅଧିକାରୀମାନେ ନିରନ୍ତର କାର୍ଯ୍ୟ ଜାରି ରଖନ୍ତୁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ।
ଭୁବନେଶ୍ଵର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନ (ରୋଟି) ଠାରେ ଆୟୋଜିତ ଦୁଇ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀର ଉଦଯାପନୀ ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ , ହାଇଟେକ ସର୍ଭେକୁ ନିର୍ଭୁଲ ଭାବରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ପଡିବ । ତାହେଲେ ଜମିଜମା ବ୍ୟବସ୍ଥା ଓ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ଓ ଜନସାଧାରଣ ଏହାର ସୁଫଳ ପାଇପାରିବେ । ସରକାର ପ୍ରତ୍ୟେକ ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନେଇଥିବାବେଳେ ସମସ୍ତ ପ୍ରକାରର ଭିତ୍ତିଭୂମିର ଉନ୍ନତି କରାଯିବ । ଖାଲିଥିବା ପଦ ପଦବୀ ପୂରଣ କରାଯିବା ସହ ଆଧୁନିକରଣ ଦିଗରେ କାର୍ଯ୍ୟ କରାଯିବ । ଓଡିଶା ରାଜସ୍ୱ ବିଭାଗକୁ ଏକ ମଡେଲ ବିଭାଗରେ ପରିଣତ କରିବାକୁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ ବୋଲି ଉପସ୍ଥିତ ରାଜସ୍ୱ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ଆହ୍ଵାନ ଦେଇଥିଲେ ।
ଏହି ଅବସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତୀ ଗୂହା ପୁନମ ତାପସ କୁମାର କହିଲେ ଯେ ରାଜସ୍ୱ ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ଗୁଡିକ ସହ ନିୟମିତ ସମ୍ପର୍କ ଓ ସମ୍ମନ୍ଵୟ ରକ୍ଷା କରି ତୃଣମୂଳସ୍ତରରେ ରାଜସ୍ୱ ସେବା ଯୋଗାଇ ଦେବା କ୍ଷେତ୍ରରେ ଆମକୁ ଯତ୍ନବାନ ହେବାକୁ ପଡିବ ।
ଏହି ଅବସରରେ ଉପସ୍ଥିତ ରହି ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ରୋଟିର ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ସାହୁ କହିଲେ ଯେ ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଆମର ପ୍ରଥମ କର୍ତ୍ତବ୍ୟ । ଏଥିରୁ ଯେମିତି କେହି ବାଦ ନ ପଡିବେ ସେଥିପ୍ରତି ଆମକୁ ସଚେତନ ହେବାକୁ ପଡିବ ।
ଏଠାରେ ସୂଚନା ଯୋଗ୍ୟ , ଦୁଇ ଦିନ ଧରି ଚାଲିଥିବା କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଆଜି ଉଦଯାପିତ ହୋଇଛି । ଏଥିରେ ୯ ଜଣ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ), ୧୬ ଜଣ ଉପଜିଲ୍ଲାପାଳ , ୧୧୨ ଜଣ ତହସିଲଦାର , ୧୦ ଜଣ ଜିଲ୍ଲା ନିବନ୍ଧକ , ୬୨ ଜଣ ସହକାରୀ ନିବନ୍ଧକ , ୪ ଜଣ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିବା ବେଳେ ଏହି ସମ୍ମିଳନୀରେ ସରକାରୀ ଜମିର ସୁରକ୍ଷା , ଜମିଜମା ମୋକଦମା ସମ୍ପର୍କିତ ତ୍ୱରିତ ନ୍ୟାୟ ପ୍ରଦାନ , ସହରାଞ୍ଚଳ ଜମି ପରିଚାଳନା , ରାଜସ୍ୱ ପ୍ରଶାସନରେ ଆଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ , ରାଜସ୍ୱ ଆଇନରେ ଆବଶ୍ୟକ ସଂସ୍କାର ଓ ହାଇଟେକ ସର୍ଭେ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିଶେଷଜ୍ଞମାନେ ସେମାନଙ୍କ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସଚିବ ଶ୍ରୀ ନିହାର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ