ୟୁରୋପୀୟ ‘ପ୍ରୋବା -୩’ ମିଶନ ଲଞ୍ଚ୍ କଲା ଇସ୍ରୋ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଛୁଇଁଲା ଆଉ ଏକ ମାଇଲଖୁଣ୍ଟ। ଗୁରୁବାର ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ‘ପ୍ରୋବା -୩’ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଆଜି ଅପରାହ୍ନ ୪:୦୪ ସମୟରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଭବନ ସ୍ପେସ୍ ସେଣ୍ଟରରୁ ଏହାକୁ ଲଞ୍ଚ୍‌ କରାଯାଇଛି। ‘ପ୍ରୋବା -୩’ ହେଉଛି ୟୁରୋପୀୟ ମହାକାଶ ଏଜେନ୍ସିର ସୌର ଅଭିଯାନ, ସୂର୍ଯ୍ୟଙ୍କ କରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବା ଏହି ମିଶନର ଲକ୍ଷ୍ୟ।

ଆଜି ନିର୍ଦ୍ଧାରିତ ସମୟର ୮ ମିନିଟ ପୂର୍ବରୁ ଇସ୍ରୋର PSLV-C59 ମହାକାଶଯାନରୁ ପ୍ରୋବା-୩ ମିଶନକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହା ମହାକାଶକୁ ଯାଇ ଏକ କୃତ୍ରିମ ସୌର ପ୍ରଣାଳୀ ସୃଷ୍ଟି କରିବ। ପ୍ରୋବା-୩ ଅଭିଯାନରେ ୟୁରୋପୀୟ ମହାକାଶ ଏଜେନ୍ସି ନିଜର ଦୁଇଟି ଉପଗ୍ରହ ମଧ୍ୟ ମହାକାଶକୁ ପଠାଉଛି। ଏହି ଦୁଇଟି ଉପଗ୍ରହ ଏକାଠି ଯାଇ ପୃଥିବୀର କକ୍ଷପଥରେ ପହଞ୍ଚିବା ପରେ ପରସ୍ପର ସହ ଯୋଗାଯୋଗ ବଜାୟ ରଖି ସୂର୍ଯ୍ୟର ରହସ୍ୟ ଉପରେ ଗଭୀର ଅଧ୍ୟୟନ କରିବେ। କ’ଣ ଏହି ମିଶନ ?
ୟୁରୋପୀୟ ସ୍ପେସ୍ ଏଜେନ୍ସିର ପ୍ରୋବା-୩ ମିଶନରେ ପଠାଯାଇଥିବା ଦୁଇଟି ସ୍ପେସକ୍ରାଫ୍ଟ କରୋନାଗ୍ରାଫ୍ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହାକାଶରେ ରଖାଯିବ। ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା କଷ୍ଟକର, ସେଥିପାଇଁ ଗୋଟିଏ ସ୍ପେସକ୍ରାଫ୍ଟ ସୂର୍ଯ୍ୟଙ୍କ ବାହ୍ୟବଳୟରୁ ବାହାରୁଥିବା ଅତିବାଇଗଣୀ ରଶ୍ମିକୁ ବ୍ଲକ୍‌ କରି ଅନ୍ଧକାର ସୃଷ୍ଟି କରିବ। ଏହାକୁ କୃତ୍ରିମ ସୂର୍ଯ୍ୟ ପରାଗ ବୋଲି ମଧ୍ୟ କୁହାଯାଉଛି। ଅନ୍ୟ ସ୍ପେସକ୍ରାଫ୍ଟଟି କରୋନାର ଫଟୋ ଉଠାଇ ଏହାକୁ ଅଧ୍ୟୟନ କରିବ।

ଗତକାଲି ଡିସେମ୍ବର ୪ ତାରିଖ ସମାନ ସମୟରେ ଏହି ମିଶନ ଲଞ୍ଚ୍ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଲଞ୍ଚ ହେବାର କିଛି ସମୟ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଖିଲା। ମହାକାଶଯାନରେ ହଠାତ୍ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ୨୦୦୧ରେ ଇସ୍ରୋ ପକ୍ଷରୁ ଏହି ସିରିଜର ପ୍ରଥମ ସୌର ଅଭିଯାନ ଆରମ୍ଭ କରାଯାଇଥିଲା। ଏହାପରେ ପ୍ରୋବା-୨ ମିଶନକୁ ୨୦୦୯ରେ ସଫଳତାର ସହ ଲଞ୍ଚ କରିଥିଲା ଇସ୍ରୋ। ପୂର୍ବ ମିଶନଗୁଡ଼ିକ ସଫଳ ହୋଇଥିବାବେଳେ ସିରିଜର ତୃତୀୟ ମିଶନ ପାଇଁ ମଧ୍ୟ ଇସ୍ରୋକୁ ବାଛିଥିଲା ୟୁରୋପୀୟ ସ୍ପେସ୍ ଏଜେନ୍ସି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ