ବିଧାନସଭାରେ ‘ପୋଲାଭରମ’ଝଡ଼

ବିଧାନସଭାରେ ଆଜି ‘ପୋଲାଭରମ ପ୍ରକଳ୍ପ’କୁ ନେଇ ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ କଂଗ୍ରେସ ସହ ସ୍ୱର ମିଳାଇ ବିଜେଡି ଆଜି ଗୃହରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବି କରି ଗୃହରେ ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୋଲାଭରମ ପ୍ରକଳ୍ପକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଶାସକ ବିଜେଡି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ବିଜେପି ନେତା ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସିଧାସଳଖ ନବୀନଙ୍କ ନାଁ ନନେଇ ଚେତାବନୀ ଦେଇଛନ୍ତି । ଆଉ ୨୪ବର୍ଷର ଇତିହାସ ଖୋଇିଦେଲେ କିଏ କେଉଁଠି କେମିତି ଲଢ଼େଇ କରୁଥିଲେ ତାହା ପଦାକୁ ଆସିଯିବ । କିଛି ଲୋକ ରାଜନୀତିରୁ ସନ୍ୟାସ ନେଇଯିବେ ନଚେତ୍ କାହାକୁ ମୁହଁ ଦେଖାଇ ପାରିବେନି ବୋଲି ସେ ଶାଣିତ ଭାଷାରେ ସମାଲୋଚନା କରିଛନ୍ତି ।

ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ମୁଲତବୀ ଆଲୋଚନା ପ୍ରସ୍ତାବ ଅଗ୍ରାହ୍ୟ ହେବାକୁ ନେଇ କଂଗ୍ରେସ ସଦସ୍ୟମାନେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗରେ ସେମାନଙ୍କ ସହିତ ସ୍ୱର ମିଶାଇଥିଲା । ଯେଉଁଥିପାଇଁ ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା । ଗୃହ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ଆଗରୁ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରୁଥିଲା । ଆଉ ଆଗକୁ ମଧ୍ୟ ଲଢ଼େଇ ଜାରି ରହିବ । ତେବେ ପୋଲାଭରମ ପ୍ରସଙ୍ଗରେ ନବୀନଙ୍କ ଏହି ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇ ବିଜେପି ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶାଣିତ ଭାଷାରେ ନବୀନଙ୍କୁ ନାଁ ନନେଇ କଟାକ୍ଷ କରିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କିଏ କେତେ ବାଟ ଲଢ଼େଇ କରୁଥିଲା କି କ’ଣ କରୁଥିଲା, ୨୪ବର୍ଷର ଇତିହାସ ଦେଖିଲେ ଜଣାପଡ଼ୁଛି । ଏହି ଇତିହାସ ବହୁତ ଲମ୍ବା ଅଛି । ତେଣୁ ଲଢ଼େଇ କେଉଁଠି, କେମିତି କରୁଥିଲେ, ସେକଥା ଯଦି ଖୋଲି ଦିଆଯାଏ ତା’ହେଲେ କିଛି ଲୋକ ରାଜନୀତିରୁ ସନ୍ୟାସ ନେଇଯିବେ ନହେଲେ କାହାକୁ ମୁହଁ ଦେଖାଇ ପାରିବେ ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ଲାଗି ବିଜେପି ଲଢ଼େଇ କରିବା ପାଇଁ ସର୍ବଦା ଆଗକୁ ଆସିଛି । ମୋହନ ମାଝୀଙ୍କ ନେତୃତ୍ୱଧୀନ ସରକାର ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିବଦ୍ଧ । ଆଗକୁ ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକତା ଅଛି, ବିଜେପି ସରକାର ନିଶ୍ଚିତ କରିବ । ଏହାର ସ୍ପଷ୍ଟତା ଆମେ ଦେଉଛୁ । କିନ୍ତୁ ୨୪ବର୍ଷର ଇତିହାସ ଯଦି ଅନୁଶୀଳନ କରାଯାଏ ତେବେ ପୂର୍ବ ବିଜେଡି ସରକାର କ’ଣ ଲଢ଼େଇ କରୁଥିଲେ, ଓଡ଼ିଶାର କେତେ ସ୍ୱାର୍ଥ ସୁରକ୍ଷା କରିଛନ୍ତି, ତାହାର ଏକ ନଗ୍ନ ଚିତ୍ର ଓଡ଼ିଶା ଲୋକଙ୍କ ଆଗରେ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ କରିଛନ୍ତି ଯେ, ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ୍ ଡ୍ୟାମ୍ ନିର୍ମାଣ କାର୍ଯ୍ୟରେ ଡବଲ ଇଞ୍ଜିନର ବିଜେପି ସରକାର ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ବହୁ ଅଂଚଳ ବୁଡ଼ିଯିବ । କିନ୍ତୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବ ରହିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଆନ୍ଧ୍ରପ୍ରଦେଶକୁ ଅହେତକୁ ଅନୁକମ୍ପା ଦେଖାଇବା ସହ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବ୍ୟାପକ ଆର୍ଥିକ ସହାୟତା ଦେଉଛନ୍ତି ବୋଲି ସେ କହିଛନ୍ତି ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ