ସହକାରୀ ବନ ସଂରକ୍ଷକଙ୍କର ପୁଳା ପୁଳା ସଂପତ୍ତି; କ୍ଲିକ୍ କରି ଦେଖନ୍ତୁ, କେମିତି ଘର କରିଛନ୍ତି

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁରର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ସହକାରୀ ବନ ସଂରକ୍ଷକ (ଏସିଏଫ) ରେବତୀ ରମଣ ଯୋଶୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କର ସମ୍ବଲପୁର ସ୍ଥିତ ସରକାରୀ ବାସଭବନ ସମେତ ୯ଟି ଠିକଣାରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ସମ୍ବଲପୁର ସ୍ଥିତ ତାଙ୍କ ସରକାରୀ ବାସଭବନରୁ ନଗଦ ୧୪.୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ପୁଳା ପୁଳା ସଂପତ୍ତି ଠାବ କରାଯାଇଛି ଏସିଏଫ ରେବତୀ ରମଣ ଯୋଶୀଙ୍କର ୩ଟି କୋଠା ଅଛି। ସେଥିରୁ ଗୋଟିଏ ତିନି ମହଲା ବିଶିଷ୍ଟ, ଯାହା ସମ୍ବଲପୁର ସହରର ଅଇଁଠାପାଲିରେ ଅଛି। ସମ୍ବଲପୁରରେ ତାଙ୍କର ଏକ କମର୍ସିଆଲ ବିଲଡିଂ ଅଛି। ଏହାକୁ ସେ ଭଡ଼ାରେ ଲଗାଇଛନ୍ତି। ପଦ୍ମପୁରରେ ତାଙ୍କର ଗୋଟିଏ ଏକ ମହଲା ବିଶିଷ୍ଟ ଘର ଅଛି। ଏହା ସହିତ ତାଙ୍କର ୪ଟି ଫ୍ଲାଟ୍‌ ଅଛି। ଗୋଟିଏ ଫ୍ଲାଟ ଭୁବନେଶ୍ୱରର ଘାଟିକିଆର ରୋୟାଲ ଆପାର୍ଟମେଣ୍ଟରେ ଅଛି। ଆଉ ଗୋଟିଏ ୩-ବିଏଚ୍‌କେ ବିଶିଷ୍ଟ ଫ୍ଲାଟ ସେ ସମ୍ବଲପୁରର ଫାର୍ମ ରୋଡ୍ ସ୍ଥିତ ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ କିଣିଛନ୍ତି। ସମ୍ବଲପୁରର ଚର୍ଚ୍ଚ ଛକରେ ବ୍ରିଜ୍‌ଧାମ ହାଉସିଂ ସୋସାଇଟିରେ ତାଙ୍କର ଦୁଇଟି ୨-ବିଏଚ୍‌କେ ଫ୍ଲାଟ୍ ଅଛି। ରେବତୀ ରମଣ ଯୋଶୀଙ୍କର ୭ଟି ପ୍ଲଟ ଅଛି। ସେଥିରୁ ୪ଟି ସମ୍ବଲପୁର ସହରରେ ଥିବା ବେଳେ ବାକି ୩ଟି ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଛି। ଏହି ସବୁ କୋଠା, ଫ୍ଲାଟ ଓ ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ କରାଯାଉଛି। ସେହିପରି ତାଙ୍କ ଘରୁ ୧୫୦ ଗ୍ରାମର ସୁନା ଅଳଙ୍କାର ଓ ୩୦୦ ଗ୍ରାମର ରୁପା ଅଳଙ୍କାର ମିଳିଛି। ତାଙ୍କ ବ୍ୟାଙ୍କ, ବୀମା ଓ ଡାକଘର ଜମା ବାବଦ ରାଶି ସଂପର୍କରେ ଯାଞ୍ଚ ଜାରି ରହିଛି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ