ଶିଳ୍ପ ବିଭାଗର ସାଂସ୍କୃତିକ ପରିଷଦ ଏକତା ଓ ଭାଇଚାରାର ବାର୍ତ୍ତା ବହନ କରୁଛି: ମନ୍ତ୍ରୀ

ଭୁବନେଶ୍ୱର: ଆଜିର ଧାଁଧଉଡ଼ଭରା ଜୀବନ ଭିତରେ ପ୍ରତ୍ୟେକ ମରିଷ ଅଣନିଃଶ୍ୱାସୀ । ଏହାରି ଭିତରୁ କିଛି ସମୟ ବାହାର କରି ଶ୍ରମକ୍ଲାନ୍ତ ମଣିଷ ନିଜର ମନକୁ ହାଲୁକା କରିବା ପାଇଁ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ମଧ୍ୟରେ ନିଜକୁ ହଜାଇ ଦେଇଥାଏ । ଚାକିରି ଜୀବନର ବ୍ୟସ୍ତତା ମଧ୍ୟରେ ମାନସିକ ଚାପକୁ ଲାଘବ କରିବାରେ ବିଭାଗୀୟ ସାଂସ୍କୃତିକ ପରିଷଦ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହେବା ଏହି ଦିଗରେ ଏକ ସକରାତ୍ମକ ପଦକ୍ଷେପ ବୋଲି ଶିଳ୍ପ, ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି ।
ଆଜି ଶିଳ୍ପ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଆଜି ଏହି ଉତ୍ସବ ଅବସରରେ ନାଟକ ସହିତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ବିଭାଗର କର୍ମଚାରୀମାନେ ସେମାନଙ୍କର କଳାତ୍ମକ ପ୍ରତିଭାର ପ୍ରଦର୍ଶନର ସୁଯୋଗ ପାଇବେ ଓ ଏହା ଅନ୍ୟମାନଙ୍କୁ ନିଶ୍ଚିତ ଭାବରେ ଆମୋଦପ୍ରମୋଦର ଖୋରାକ ଯୋଗାଇବ । ଏହା ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ଭାଇଚାରା ଓ ଏକତାର ଭାବ ପ୍ରତିଷ୍ଠା କରିବା ସହ କର୍ମସଂସ୍କୃତିକୁ ରୁଦ୍ଧିମନ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ କହିଛନ୍ତି ।
ଏହି ଅବସରରେ ଯୋଗଦେଇ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିଭାଗୀୟ କର୍ମଚାରୀମାନଙ୍କର ଏଭଳି ଅଭିନବ ଉଦ୍ୟମର ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ସାଂସ୍କୃତିକ ପରିଷଦ ସାଂସ୍କୃତିକ ବୈଭବର ଏକ ମଞ୍ଚ ଭାବରେ କାର୍ୟ୍ୟ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ସାଦିକୁର୍‌ ରେହମାନ୍‌ ଖାଁ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ ।ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ କ୍ଷ
ଏଠାରେ ସୂଚନାଯୋଗ୍ୟ ଯେ ଶିଳ୍ପ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଓଡ଼ିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ୪୫ତମ ବାର୍ଷିକ ଉତ୍ସବରେ ତବଲା ବାଦନ, ଓଡ଼ିଶୀ ନୃତ୍ୟ ସହ ନାଟକ ‘ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ’ ପରିବେଶିତ ହୋଇଛି । ଏଥିରେ ବିଭାଗର କର୍ମକର୍ତ୍ତା ଓ ସେମାନଙ୍କର ପରିବାରବର୍ଗଙ୍କ ସହ ବହୁ ଦର୍ଶକ ସମବେତ ହୋଇ କାର୍ୟ୍ୟକ୍ରମକୁ ଉପଭୋଗ କରିଥିଲେ ।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ