ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ : ରାଜ୍ୟବାସୀଙ୍କ ମୁଣ୍ଡରେ ଋଣ ବୋଝ

ଚଳିତବର୍ଷ ଅକ୍ଟୋବର ମାସ ଶେଷସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁଣ୍ଡରେ ୨୦୧୭୭ଟଙ୍କାର ଋଣବୋଝ ରହିଛି । କିନ୍ତୁ ଏହି ଋଣବୋଝ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ । ତେଣୁ ରାଜ୍ୟର ଋଣଭାର ଓ ମୁଣ୍ଡପିଛା ଋଣକୁ ନେଇ ବିଧାୟକମାନେ ଚିନ୍ତା ବ୍ୟକ୍ତ କରିବାର ଆବଶ୍ୟକତା ନାହିଁ। ଆଜି ଏଭଳି ଢଙ୍ଗରେ ବିଧାନସଭାରେ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ମତ ରଖିଛନ୍ତି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାସହିତ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୨୧୫୫ କୋଟି ୭୩ଲକ୍ଷ ୫୧ହଜାର ଟଙ୍କାର ଅତିରିକ୍ତ ବ୍ୟୟବରାଦ ନିମନ୍ତେ ବ୍ୟୟମଞ୍ଜୁରୀ ବିଲ ମଧ୍ୟ ଆଜି ଅନୁମୋଦନ ଲାଭ କରିଛି ।
ବ୍ୟୟମଞ୍ଜୁରୀ ବିଲ୍ ଉପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ଆଲୋଚନା ପରେ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କେତେକ ବିଧାୟକ ରାଜ୍ୟର ଋଣବୋଝ ଓ ମୁଣ୍ଡପିଛା ଋଣକୁ ନେଇ ଚିନ୍ତା ବ୍ୟକ୍ତ କରଇଛନ୍ତି । ତେବେ ରାଜ୍ୟ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ-୨୦୦୫ ଅନୁଯାୟୀ ରାଜ୍ୟର ଋଣଭାର ରାଜ୍ୟ ସକାଳ ଘରୋଇ ଉତ୍ପାଦର ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଜରୁରୀ । ରାଜ୍ୟ ମହାଲେଖାକାରଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୪ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ରାଜସ୍ୱ ବଳକା ସ୍ଥିତି ବଜାୟ ଥିବାବେଳେ ଋଣଭାର ମୋଟ ରାଜ୍ୟ ଜିଡିପି ଅନୁପାତ ୧୦.୧୨ ପ୍ରତିଶତ ରହିଛି । ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ମଧ୍ୟ ୧.୮୫ ପ୍ରତିଶତରେ ସୀମିତ ରହିଛି । ତେଣୁ ଏସବୁ ବିତ୍ତୀୟ ସୂଚକାଙ୍କ ଧାର୍ଯ୍ୟ ସୀମା ତୁଳନାରେ ଯଥେଷ୍ଟ ତଳେ ରହିଅଛି । ଚଳିତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଆମର ଋଣଭାର ଗତବର୍ଷ ଶେଷର ଋଣଭାର ତୁଳନାରେ ୨୫୯୭କୋଟି ହ୍ରାସ ପାଇଛି ।
ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତବର୍ଷ ରାଜ୍ୟ ସରକାର ସମ୍ବଳ ସଂଗ୍ରହ ନେଇ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହାସଲ କରିପାରିବେ । ଚଳିତ ଆର୍ଥିକ ବର୍ଷର ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ମୋଟ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ୧୦ ପ୍ରତିଶତ ବୃଦ୍ଧି ହାସଲ ହୋଇଛି । ଏହା ବଜେଟ୍ ଆକଳନର ୫୪.୫% ଅଟେ । କେନ୍ଦ୍ରୀୟ ସହାୟତାରେ ବୃଦ୍ଧି ହୋଇଛି । ଜିଏସଟି, ଅବକାରୀ ଶୁଳ୍କ, ଯାନବାହନ ଟିକସ ଓ ଡିଭିଡେଣ୍ଡ ସଂଗ୍ରହରେ ମଧ୍ୟ ବୃଦ୍ଧି ହୋଇଛି । ଚଳିତ ଆର୍ଥିକ ବର୍ଷରେ ବଜେଟ୍ ଆକଳନ ଅନୁସାରେ ଧାର୍ଯ୍ୟ ରାଜସ୍ୱ ଆଦାୟ ଲକ୍ଷ୍ୟ ବର୍ଷ ଶେଷରେ ହାସଲ କରାଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବର୍ଷ ଶେଷସୁଦ୍ଧା ଆମେ ବଜେଟ ଅର୍ଥର ପୂର୍ଣ୍ଣ ବିନିଯୋଗ କରିପାରିବୁ ଓ ସରକାରଙ୍କ ସମସ୍ତ ଯୋଜନାର ଲାଭ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବାରେ ସଫଳ ହେବୁ । ସାଧାରଣ ନିର୍ବାଚନ ଯୋଗୁ ସରକାରୀ ବଜେଟ୍ ଖର୍ଚ୍ଚ ପ୍ରଭାବିତ ହୋଇଛି । ତଥାପି ୨୦୨୪ ନଭେମ୍ବର ଶେଷ ସୁଦ୍ଧା ବଜେଟ ବିନିଯୋଗ ହାର ଗତବର୍ଷ ତୁଳନାରେ ମାତ୍ର ୨.୮% କମ୍ ହୋଇଛି । ନିୟମିତ ଭାବେ ଉଚ୍ଚସ୍ତରୀୟ ବୈଠକରେ ଉଭୟ ଆୟ ଓ ବ୍ୟୟର ସମୀକ୍ଷା କରାଯାଉଛି ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୦୩୬ ମସିହାରେ ବିକଶିତ ଓଡ଼ିଶା ଗଠନ ପାଇଁ ସାରା ରାଜ୍ୟ ଅଂଟା ଭିଡିଛି । ଭିଜନ ଦସ୍ତାବିଜ ପାଇଁ ଏପର୍ଯ୍ୟନ୍ତ ୨ଲକ୍ଷ ଲୋକଙ୍କ ମତାମତ ମିଳିଛି । ଯାହା ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ମଜଭୂତ କରୁଛି । ଏମିତି ବିପୁଳ ମତାମତ ପାଇଁ ଓଡ଼ିଶାବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

ବିଜେପି ସରକାର ନିଜର ବିଭିନ୍ନ ଯୋଜନା ପାଇଁ ଏହି ବ୍ୟୟବରାଦରେ ଅତିରିକ୍ତ ବ୍ୟବସ୍ଥା କରିଥିବାବେଳେ ନୂତନ ଭାବେ ଆରମ୍ଭ ହେବାକୁ ଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା,ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଧାନର ଏମଏସପି ଉପରେ ଇନପୁଟ ସବସିଡି ସମେତ ସୁଭଦ୍ରା ଭଳି ଯୋଜନା ପାଇଁ ମଧ୍ୟ ଅର୍ଥବରାଦ ଏହି ଅତିରିକ୍ତ ବଜେଟରେ ହୋଇଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ