
ପୁରୀ: ପଞ୍ଚୁକ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ କେବଳ ସିଂହଦ୍ୱାର ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସିଂହଦ୍ୱାରରେ ପ୍ରବେଶ ଓ ବାକି ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସେହିପରି ଅଁଳା ନବମୀରେ ଭୋର ୫ଟାରୁ ରାଧାପାଦ ଦର୍ଶନ ବ୍ୟବସ୍ଥା କରାଯାଇଛି । ବିଳମ୍ବିତ ରାତି ଯାଏଁ ରାଧାପାଦ ଦର୍ଶନ ଚାଲିବ । ଦର୍ଶନ ପାଇଁ ୧୧ ଲେନ ବିଶିଷ୍ଟ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।




