ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ସମସ୍ୟାର ସମାଧାନ ପାଇଁ ବିଏମ୍ ସିର ନୂଆ ପଦକ୍ଷେପ

ଭୁବନେଶ୍ୱର:ଗୃହ ନିର୍ମାଣ, ଲେଆଉଟ ପ୍ଲାନ ଅନୁମୋଦନ ସଂପର୍କିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଅଭିନବ ପଦକ୍ଷେପ । ଏଣିକି ପ୍ରତି ମାସ ପ୍ରଥମ ଶନିବାର ଦିନ ବିଏମ୍ ସି ପକ୍ଷରୁ ହେବ ଗୃହ ନିର୍ମାଣ, ଲେଆଉଟ୍ ଓ ଅନ୍ୟାନ୍ୟ ପ୍ଲାନିଂ ସଂପର୍କିତ ସମସ୍ୟାର ସମାଧାନ ଏବଂ ସଚେତନତା ପାଇଁ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର । ପ୍ଲାନିଂ ପାଇଁ ଆବେଦନ କରିଥିବା ବ୍ୟକ୍ତି ବା ଅନୁଷ୍ଠାନର ଯଦି କୌଣସି ସମସ୍ୟା ଥାଏ କିମ୍ବା କୌଣସି କାରଣରୁ ସେମାନଙ୍କର ପ୍ଲାନ ଅନୁମୋଦନ କରାଯାଇ ନଥାଏ, ତେବେ ସେମାନେ ବିଏମ୍ ସି ମୁଖ୍ୟାଳୟ ପ୍ଲାନିଂ ଉପବିଭାଗରେ ମାସର ପ୍ରଥମ ଶନିବାର ପୂର୍ବାହ୍ନ 11ଟାରୁ 1 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିରରେ ଆବଶ୍ୟକ କାଗଜାତ ସହ ଉପସ୍ଥିତ ରହି ସମସ୍ୟା ସଂପର୍କରେ ଅବଗତ କରାଇପାରିବେ। ନିୟମାବଳୀକୁ ଆଧାର କରି ମାସିକିଆ ଅଭିଯୋଗ ଶୁଣାଣି ଶିବିରରେ କମିଶନରଙ୍କ ସହ ବିଏମସିର ବରିଷ୍ଠ ଅଧିକାରୀ, ପ୍ଲାନିଂ ଉପବିଭାଗର ଅଧିକାରୀ ଉପସ୍ଥିତ ରହି ସମସ୍ୟାର ସମୀକ୍ଷା କରିବେ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବେ l
ଭୁବନେଶ୍ୱର ମହାନଗର ନିଗମ ଅଂଚଳବାସୀଙ୍କୁ ସହଜରେ ସମସ୍ତ ପ୍ରକାର ସେବା ଯୋଗାଇ ଦେବାକୁ ବିଏମ୍ ସି ପକ୍ଷରୁ ଉଦ୍ୟମ ଜାରି ରହିଛି । ନାଗରିକମାନେ ଗୃହ ନିର୍ମାଣ ନିମନ୍ତେ ପ୍ଲାନିଂ ଅନୁମୋଦନ ପାଇଁ ଯେପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ପ୍ରୟାସ ଆରମ୍ଭ ହୋଇଛି । ଗୃହ ନିର୍ମାଣ ପ୍ଲାନିଂ ଅନୁମୋଦନ ନିମନ୍ତେ ଆବେଦନ କରିଥିବା ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଏହାର ସୁବିଧା ନେଇପାରିବେ ବୋଲି କହିଛନ୍ତି ବିଏମ୍ ସି କର୍ତ୍ତୃପକ୍ଷ ।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ