ତିନି ଜିଲ୍ଲାରେ ହ୍ରାସ ପାଇଛନ୍ତି ମହିଳା ସ୍ୱୟଂ ସହାୟିକା ସଦସ୍ୟା

ଭୁବନେଶ୍ୱର: ରାଜ୍ୟର ତିନିଟି ଜିଲ୍ଲା ବୌଦ୍ଧ, ଦେବଗଡ ଓ ନୂଆପଡା ଜିଲ୍ଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଂଖ୍ୟା ହ୍ରାସ ପାଇଛି । ନୂଆପଡା ଜିଲ୍ଲାରେ ସର୍ବାଧିକ ୩୩୭ ଗୋଷ୍ଠି କମିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ରାଜ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ମିଶନ ଶକ୍ତି ଅଧିନରେ ବର୍ତ୍ତମାନ ୬,୦୨,୦୧୩ ଟି ସ୍ୱୟଂ ସହାୟକ ଗୋଷ୍ଠି ଅଛନ୍ତି ଏବଂ ସେଥିରେ ୭୦ଲକ୍ଷ ୧୦ ଜଣ ମହିଳା ରହିଛନ୍ତି । ସବୁଠାରୁ ଅଧିକ ୪୧,୨୦୧ ସ୍ୱୟଂ ସହାୟିକ ଗୋଷ୍ଠି ଗଞ୍ଜାମ ଜିଲ୍ଲାର ଥିବାବେଳେ ସବୁଠାରୁ କମ୍‍ ମାତ୍ର ୬୧୩୫ ଗୋଷ୍ଠି ବୌଦ୍ଧ ଜିଲ୍ଲାରେ ରହିଛନ୍ତି । ଝାରସୁଗୁଡା ଜିଲ୍ଲାରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ସଂଖ୍ୟା ୭୩୩୫ ରହିଛି । ସେହଭଳି ପର୍ଯ୍ୟାୟକ୍ରମେ ଗଠିତ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କର ଅଦ୍ୟାବଧି ନୂଆ ଏନଆରଏଲଏମ ଏମଆଇଏସ୍‍ ପୋର୍ଟାଲରେ ଅପଲୋଡ କରାଯାଇ । ୨୦୨୪ ଜାନୁୟାରୀରୁ ବର୍ତ୍ତମାନ ସୁଦ୍ଧା ୪୬,୧୫୬ ସ୍ୱୟଂ ସହାୟକ ଗୋଷ୍ଠିର ୪,୬୨,୯୭୧ ଜଣ ସଦସ୍ୟାଙ୍କ ତଥ୍ୟ ଏହି ପୋର୍ଟାଲରେ ଅପଲୋଡ କରାଯାଇଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୌଦ୍ଧ, ଦେବଗଡ ଓ ନୂଆପଡା ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଓ ସଦସ୍ୟାଙ୍କ ସଂଖ୍ୟା ହ୍ରାସ ପାଇଛି । ନୂଆପଡାରେ ୩୩୭ ଗୋଷ୍ଠି ଓ ୩୪୦୬ ସଦସ୍ୟାଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ବୌଦ୍ଧରେ ୭୧୫ ଗୋଷ୍ଠିର ୭୩୫୫ ଏବଂ ଦେବଗଡରେ ୨୦ଗୋଷ୍ଠିର ୮୮୨ ସଦସ୍ୟା ହ୍ରାସ ପାଇଛନ୍ତି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ