
ଭୁବନେଶ୍ବର: କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ ଦାବି କରିଛନ୍ତି । କାଚ ବୋତଲ ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ମଦ ବିକ୍ରି ପାଇଁ ସରକାର ଯୋଜନା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭଙ୍ଗା କାଚ ଦ୍ୱାରା ପରିବେଶ ନଷ୍ଟ ହେଉଥିବା ବେଳେ ଅନେକ ଲୋକ ଓ ପ୍ରାଣୀ ସମ୍ପଦ ଘଟୁଥିବା ଦୁର୍ଘଟଣାରେ ଆହତ ହେଉଛନ୍ତି। ତେଣୁ ମଦ ବୋତଲର ବିକଳ୍ପ ବ୍ୟବସ୍ଥା ଏବେ ଜରୁରୀ ହୋଇପଡିଥିବା ସେ କହିଛନ୍ତି।








