ଋଣ ଦେବା ନାଁରେ ୩୯ହଜାର ଟଙ୍କାର ଦେଶୀ ମାଂସ ଖାଇଦେଲେ sbi ମ୍ୟାନେଜର

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଦେଶୀ କୁକୁଡ଼ା ଖାଇବାକୁ ବେଶ ମନ ହେଲା। ସେ ପ୍ରକୃତ ଦେଶୀ କୁକୁଡ଼ା ଖୋଜୁ ଥିବା ବେଳେ ତାଙ୍କୁ ମିଳି ଯାଇଥିଲେ ଜଣେ ଚାଷୀ। ଚାଷୀ ଜଣଙ୍କ ଋଣ ଚାହୁଁଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଏହାର ଫାଇଦା ଉଠାଇଥିଲେ।
ଋଣ କରାଇ ଦେବା ନାଁରେ ସେ ଚାଷୀଙ୍କୁ ଦେଶୀ କୁକୁଡ଼ା ମାଗିଥିଲେ। ଋଣ ଆଶାରେ ଚାଷୀ ଜଣଙ୍କ ମଧ୍ୟ ବ୍ୟାଙ୍କ ମ୍ୟାନେଜରଙ୍କୁ ନିୟମିତ ଭାବେ ଦେଶୀ କୁକୁଡ଼ା ଯୋଗାଇ ଚାଲିଥିଲେ। ଏପରି ଭାବେ ଚାଷୀ ଜଣଙ୍କ ୩୯ ହଜାର ଟଙ୍କାର ଦେଶୀ କୁକୁଡ଼ା ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଇଛନ୍ତି।

ହେଲେ କୁକୁଡ଼ା ଖାଇ ସାରିବା ପରେ ଚାଷୀଙ୍କୁ ଠକି ଦେଇଛନ୍ତି ବ୍ୟାଙ୍କ ମ୍ୟାନେଜର। ସେ ୧୨ ଲକ୍ଷ ଟଙ୍କାର ଋଣ ଚାହୁଁଥିଲେ ହେଁ ବ୍ୟାଙ୍କ ମ୍ୟାନେଜର ଏହା ଉପରେ ମୋହର ମାରିବାକୁ ମନା କରି ଦେଇଛନ୍ତି।

ଛତିଶଗଡ଼ର ବିଳାସପୁର ଅନ୍ତର୍ଗତ ମାସ୍ତୁରୀରୁ ଏପରି ଏକ ରୋଚକ ଖବର ଆସିଛି। ଏଠାରେ କୁକୁଡ଼ା ଚାଷ କରୁଥିବା ରୁପଚାନ୍ଦ ମନହର ନିଜର ବ୍ୟବସାୟୀକୁ ବଢ଼ାଇବାକୁ ଚାହିଁଥିଲେ। ଏଥିପାଇଁ ଟଙ୍କାର ଆବଶ୍ୟକ ରହିଥିଲା। ତେଣୁ ସେ ମାସ୍ତୁରୀରେ ଥିବା ଏସବିଆଇ ବ୍ରାଞ୍ଚରୁ ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ମନହର ଜାଣି ନଥିଲେ ଯେ ସେ ନିଜ ଫାର୍ମରେ କୁକୁଡ଼ା ସଂଖ୍ୟା ବୃଦ୍ଧି କରିବା ବଦଳରେ ବ୍ୟାଙ୍କ ମ୍ୟାନେଜରଙ୍କ ଠକାମୀରେ ପଡ଼ିବେ। ଚାଷୀ ମନହର କହିଛନ୍ତି ଯେ ୧୨ ଲକ୍ଷ ଟଙ୍କାର ଋଣ ପାଇଁ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ୧୦% କମିସିନ ମାଗିଥିଲେ। ସେ ଦୁଇ ମାସ ମଧ୍ୟରେ ନିଜର କୁକୁଡ଼ା ବିକ୍ରି କରି କମିସିନ ଦେଇଥିଲେ।

ଏହାପରେ ଋଣ ଫାଇଲ ଉପରେ ମୋହର ମାରିବା ବଦଳରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ପ୍ରତି ଶନିବାର ଭଲ ଦେଶୀ କୁକୁଡ଼ା ଆଣି ଦେବାକୁ କହିଥିଲେ। ଋଣ ପାଇବା ଆଶାରେ ମନହର ବ୍ୟାଙ୍କ ମ୍ୟାନେଜରଙ୍କୁ ବିଭିନ୍ନ ସମୟରେ ମୋଟ ୩୮,୯୦୦ ଟଙ୍କାର ଦେଶୀ କୁକୁଡ଼ା ମଧ୍ୟ ଦେଇଥିଲେ।

ବ୍ୟାଙ୍କ ମ୍ୟାନେଜର ଜଣଙ୍କ ମାଗଣାରେ ଦେଶୀ କୁକୁଡ଼ା ଖାଇଥିଲେ ମଧ୍ୟ ମନହରଙ୍କ ଋଣ ଆବେଦନକୁ ମଞ୍ଜୁରୀ ଦେଇ ନଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କ ପାଇଁ ସେ ଗୋଟିଏ ନିର୍ଦ୍ଦିଷ୍ଟ ଗାଁରୁ ଦେଶୀ ଚିକେନ କିଣି ଆଣୁଥିଲେ। ଏହାର ବିଲ ମଧ୍ୟ ତାଙ୍କ ପାଖରେ ରହିଥିବା ସେ ଦାବି କରିଛନ୍ତି। ବାରମ୍ବାର ଦେଶୀ କୁକୁଡ଼ା ନେଉଥିବା ବ୍ୟାଙ୍କ ମ୍ୟାନେଜର ଋଣ ଦେବା ମୁଡ଼ରେ ନଥିବା ମନହର ବୁଝିବା ପରେ ତାଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା।

ସେ କୌଣସି ଉପାୟ ନ ପାଇ ଦେଶୀ କୁକୁଡ଼ା ବାବଦ ଟଙ୍କା ବ୍ୟାଙ୍କ ମ୍ୟାନେଜରଙ୍କୁ ମାଗିଥିଲେ। ହେଲେ ସେ ଟଙ୍କା ଦେଇ ନଥିଲେ। ଶେଷରେ କୌଣସି ଉପାୟ ନ ପାଇ ମନହର ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ସବ ଡିଭିଜନା ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସେ ତାଙ୍କୁ ଦେଶୀ କୁକୁଡ଼ା ଓ କମିସିନ ବାବଦରେ ଦେଇଥିବା ଟଙ୍କା ଫେରସ୍ତ କରିବାକୁ କହିଛନ୍ତି।

ଯଦି ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ସେ ମାସ୍ତୁରୀ ଠାରେ ଥିବା ଏସବିଆଇ ବ୍ରାଞ୍ଚ ସମ୍ମୁଖୀନରେ ଜୀବନ ହାରିବେ ବୋଲି ଧମକ ଦେଇଛନ୍ତି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ