୩ ଏକଜିଟ୍ ପୋଲ: ବିହାରରରେ ପୁଣି ଏନଡିଏ ସରକାର

ପାଟଣା: ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ୟ୍ୟାୟ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଅନେକ ଟିଭି ଚ୍ୟାନେଲ୍ ଓ ଏଜେନ୍ସି ନିଜ ଏକଜିଟ୍ ପୋଲର ଫଳାଫଳ ଜାରି କରିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟ ସର୍ଭେ ଏଜେନ୍ସି ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭା ଆସନର କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି। ମାଟରାଇଜ୍-ଆଇଏଏନଏସର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି ଯେଉଁଥିରେ ଏନଡିଏକୁ ୧୪୭-୧୬୭ ତଥା ମହାମେଣ୍ଟକୁ ୭୦-୯୦ ଆସନ ମିଳିବା ଅନୁମାନ କରାଯାଉଛି। ପୋଲ୍ସ ଅଫ୍ ପୋଲ୍ସରେ ମଧ୍ୟ ଏନଡିଏ ୧୩୮-୧୫୫ ଆସନ ହାସଲ କରିବା ନେଇ ଆକଳନ କରାଯାଇଛି। ତେବେ ମହାମେଣ୍ଟକୁ ୮୨-୯୮, ଜନସୁରାଜକୁ ୦-୨ ଓ ଅନ୍ୟାନ୍ୟଙ୍କୁ ୩-୭ ଆସନ ମିଳିବା ଅନୁମାନ କରାଯାଇଛି। ପିପୁଲ୍ସ ଇନସାଇଟର ଏକଜିଟ୍ ପୋଲରେ ମଧ୍ୟ ଏନଡିଏକୁ ୧୩୩-୧୪୮ ସିଟ୍ ମିଳିବା ଆକଳନ କରାଯାଇଛି । ମହାମେଣ୍ଟ ଖାତାରେ ୮୭-୧୦୨ ଆସନ ଜିତୁଥିବା ଦେଖିବାକୁ ମିଳୁଛି। ଜନସୁରାଜକୁ ୦-୨ ସିଟ୍ ତଥା ଅନ୍ୟାନ୍ୟ ୩-୬ ଆସନ ମିଳିବା ଅନୁମାନ କରାଯାଉଛି। ଜେଭିସି ଏକଜିଟ୍ ପୋଲରେ ମଧ୍ୟ ଏନଡିଏକୁ ବମ୍ପର ବହୁମତ ମିଳୁଥିବା ନଜର ଆସୁଛି। ଏଥିରେ ଏନଡିଏକୁ ୧୩୫-୧୫୦ ସିଟ୍ ମିଳିବା ଅନୁମାନ କରାଯାଉଛି। ତେବେ ମହାମେଣ୍ଟକୁ ୮୮-୧୦୩ ସିଟ୍ ମିଳୁଥିବା ଦେଖାଯାଉଛି । ଅନ୍ୟାନ୍ୟ ଖାତାରେ ୩-୬ ସିଟ୍ ଜିତିବା ଅନୁମାନ କରାଯାଉଛି। ତେବେ ଏହି କଳ୍ପନା ଜଳ୍ପନା ୧୪ ନଭେମ୍ବରରେ ସ୍ପଷ୍ଟ ହେବ ଏବଂ କିଏ କ୍ଷମତାରେ ବସିବ ତାହା ଜଣାପଡିବ।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ