ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ବୁଧବାର ସକାଳେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଧର୍ମେନ୍ଦ୍ର ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ପରିବାର ପକ୍ଷରୁ ତାଙ୍କୁ ଘରକୁ ନେବାକୁ ନିଷ୍ପତ୍ତି ନେବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ।
ଡାକ୍ତର ପ୍ରତିତ୍‌ ସମଦାନୀ କହିଛନ୍ତି, “ଆଜି ସକାଳ ପାଖାପାଖି 7.30ଟାରେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଘରେ ତାଙ୍କର ଚିକିତ୍ସା କରାଯିବ । ତାଙ୍କ ପରିବାର ଲୋକ ତାଙ୍କୁ ଘରେ ଚିକିତ୍ସା ଯୋଗାଇ ଦେବାକୁ ନିଷ୍ପତ୍ତି ନେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।” ତେବେ ଅସୁସ୍ଥତା ପାଇଁ 89 ବର୍ଷିୟ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲ ସପ୍ତାହେ ଧରି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।
ମଙ୍ଗଳବାର ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନେକ ବିଶିଷ୍ଟ ବ୍ୟକ୍ତି ବରିଷ୍ଠ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ସୋସିଆଲ ମିଡିଆ ପୋଷ୍ଟରେ ଏପରି ଗୁଜବକୁ ଖଣ୍ଡନ କରିଥିଲେ ।

ସୋସିଆଲ ମିଡିଆରେ ପୋଷ୍ଟ କରି ଈଶା ଲେଖିଥିଲେ “ମୋ ବାପାଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି ଏବଂ ସେ ସୁସ୍ଥ ହେଉଛନ୍ତି । ଆମ ପରିବାରର ଗୋପନୀୟତା ରଖିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ବାପାଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା ପାଇଁ ଧନ୍ୟବାଦ ।”

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ