ନୂଆପଡାରେ ରେକର୍ଡ ୮୩.୪୫% ମତଦାନ; ଗଣନା ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ଐତିହାସିକ ୮୩.୪୫% ମତଦାନ ହୋଇଛି । ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ । ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନୂଆପଡ଼ାର ମତଦାତାଙ୍କୁ ଐତିହାସିକ ଅଂଶଗ୍ରହଣ ଦ୍ଵାରା ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ।

ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ୮୩.୪୫% ମତଦାନ ହୋଇଛି । ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ ରହିଛି । ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ନୂଆପଡାରେ ମୋଟ ୨,୫୪,୪୯୭ ଜଣ ଭୋଟର । ସେଥିରେ ୧,୨୪,୫୪୪ ଜଣ ପୁରୁଷ ଓ ୧,୨୯,୯୩୨ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨,୧୨,୩୮୫ ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧,୦୩,୮୧୭ ଜଣ ପୁରୁଷ ଓ ୧,୦୮,୫୬୩ ଜଣ ମହିଳା ଭୋଟ ଦେଇଛନ୍ତି । ଯାହା ଏକ ସୁସ୍ଥ ସମାଜ ଏବଂଉତ୍ତମ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି, “ମତଦାନ ଶେଷ ହେବା ପରେ ସମସ୍ତ ଇଭିଏମ ଏବଂ ଭିଭିପ୍ୟାଟକୁ ନିର୍ଦ୍ଧିଷ୍ଟ ଷ୍ଟ୍ରଙ୍ଗରୁମରେ ତିନି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ରଖାଯାଇଛି । ଷ୍ଟ୍ରଙ୍ଗରୁମ ଟି ୨୪ ଘଣ୍ଟା ସିସିଟିଭି ନିରୀକ୍ଷଣରେ ରହିଛି । ମେସିନଗୁଡିକର ମୁଦ ଓ ସଂରକ୍ଷଣ ପ୍ରକ୍ରିୟା ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଭିଡିଓଗ୍ରାଫ ସହ ସମ୍ପନ୍ନ ହୋଇଛି । ଭୋଟ ଗଣନା ସଂପୂର୍ଣ୍ଣ ସ୍ବଚ୍ଛ ଓ ସୁରକ୍ଷିତ ଭାବରେ କରାଯିବ । ମତଗଣନା ଟେବୁଲ, ପର୍ୟ୍ୟବେକ୍ଷକ ନିଯୁକ୍ତି, ସିସିଟିଭି ନିରୀକ୍ଷଣର ବ୍ୟବସ୍ଥା ଓ ଷ୍ଟ୍ରଙ୍ଗରୁମର ପର୍ୟ୍ୟବେକ୍ଷଣ କରାଯାଇଛି । ସମ୍ପୂର୍ଣ୍ଣ ପାରଦର୍ଶିତା ଓ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣନା ଅନୁଷ୍ଠିତ ହେବ । ଭୋଟ ଗଣନା ପାଇଁ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଇଭିଏମ ଓ ପୋଷ୍ଟଲ ବାଲାଟ ଗଣତି ହେବ । ଏହା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଇଭିଏମ୍ ଗଣନା ପାଇଁ ୧୪ ଟେବୁଲ ବ୍ୟବସ୍ଥା ହୋଇଛି । ଭିଭିପାଟ ଓ ପୋଷ୍ଟାଲ ବାଲାଟ ଗଣତି ପାଇଁ ଗୋଟେ ଗୋଟେ ଟେବୁଲ ବ୍ୟବସ୍ଥା ହୋଇଛି । ଯେଉଁଠି ଇଭିଏମ୍ ଖରାପ ହୋଇଛି ସେଠାରେ ଭିଭିପାଟ ଗଣତି ପାଇଁ ବ୍ୟବସ୍ଥା ରହିଛି ।ଦେଶର ଅନ୍ୟ ୮ ବିଧାନସଭା ମଣ୍ଡଳୀରେ ହୋଇଥିବା ଉପନିର୍ବାଚନରେ ନୂଆପଡ଼ାରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି । ଉତ୍ତମ ପ୍ରସ୍ତୁତି, ବ୍ୟାପକ ଜନସଚେତନତା, ସଶକ୍ତ ସୁରକ୍ଷା ବ୍ୟବସ୍ଥା, ନିର୍ବାଚନ ଅଧିକାରୀ ଓ କର୍ମଚାରୀ, ପ୍ରାର୍ଥୀ, ଅନ୍ୟାନ୍ୟ ଅଂଶୀଦାର ସର୍ବୋପରି ମତଦାତାଙ୍କ ସକ୍ରିୟ ସହଯୋଗ ଯୋଗୁଁ ସମ୍ଭବ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ସୁନାବେଡ଼ା ଅଞ୍ଚଳରେ ଥିବା ସମସ୍ତ ୮ଟି ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ପୋଲିଂ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ସମ୍ପନ୍ନ ହୋଇଛି । ଆକାଶରୁ ନିରୀକ୍ଷଣ ପାଇଁ ନିଯୋଜିତ ହେଲିକପ୍ଟର ଓ ସୁରକ୍ଷା କର୍ମୀଙ୍କ ସହଯୋଗରେ ଏହି ଅଞ୍ଚଳରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି । ଜୟନ୍ତୀ ଛତ୍ରିଆଙ୍କ ଭୋଟ ଅନ୍ୟ ଜଣେ କେହି ଦେଇଦେବାର ଅଭିଯୋଗ ଆସିଥିଲା । ଅଭିଯୋଗକୁ ଗୁରୁତର ସହିତ ନେଇ ଏ ସମ୍ପର୍କରେ କ୍ଷେତ୍ର ଅଧିକାରୀ ଓ ପୁଲିଙ୍ଗ ଅଫିସର ତତକ୍ଷଣାତ ଯାଞ୍ଚ କରିଥିଲେ । ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ଯାଞ୍ଚ ସମୟରେ ଜଣାପଡିଛି ।”

  • Related Posts

    ରାଜ୍ୟସଭା ସାଂସଦଙ୍କ ୨୯’ ଅଙ୍କ : ମନମୋହନ ସାମଲ

    ଓଡ଼ିଶାର ରାଜ୍ୟସଭା ସାଂସଦମାନେ ଏବେ ୨୦୨୯ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ କରିଦେଇଛନ୍ତି । କିଏ ଲୋକସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛନ୍ତି ତ ଆଉ କିଏ ବିଧାନସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁୂତି ଆରମ୍ଭ କରିଦେଇଛନ୍ତି । ମନମୋହନ ସାମଲ ବିଜେପି…

    Continue reading
    ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି: ନବୀନ

    ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ