ଓଲଟିଲା କାର୍, ୨ ମୃତ

କବିସୂର୍ୟ୍ୟନଗର : ଇଟା ଭାଟିରେ କାମ ସାରି ଘରକୁ ଫେରୁଥିଲେ ୪ ସାଙ୍ଗ। ଭାରସାମ୍ୟ ହରାଇ ପୋଖରୀରେ ଓଲଟିଲା କାର୍। ଚାଲିଗଲା ୨ ଜଣଙ୍କ ଜୀବନ। ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଆଠଗଡପାଟଣାର ଗଙ୍ଗାପୁର ଠାରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ନିଳାଞ୍ଚଳ ମହାପାତ୍ର ଓ ସନ୍ତୋଷ ମହାପାତ୍ର ବୋଲି ଜଣାପଡିଛି।
​​​​​​ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଚାରି ଜଣ ସାଙ୍ଗ ଇଟା ଭାଟିରେ କାମ ସାରି ଏକ କାର୍ ଯୋଗେ ଘରକୁ ଫେରୁଥିଲେ। ଆଠଗଡପାଟଣାର ଗଙ୍ଗାପୁର ଠାରେ କାର୍‌ଟି ଭାରସାମ୍ୟ ହରାଇ ଗାଁ ପୋଖରୀ ଭିତରେ ପଶି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ନିଳାଞ୍ଚଳ ମହାପାତ୍ର ଓ ସନ୍ତୋଷ ମହାପାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କବିସୂର୍ୟ୍ୟନଗର ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Related Posts

    ୨୧ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ଝାରସୁଗୁଡ଼ା ଓ ରାଇରଙ୍ଗପୁରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଓଡ଼ିଶା ପୁଲିସର ପ୍ରସ୍ତାବିତ ରାଇରଙ୍ଗପୁର ପୁଲିସ ଜିଲ୍ଲାକୁ…

    Continue reading
    ଆଜି ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ

    ପୁରୀ: ଆସନ୍ତା ୨୦ ତାରିଖରୁ ଚନ୍ଦନଯାତ୍ରା ଆରମ୍ଭ । ଅକ୍ଷୟ ତୃତୀୟାଠାରୁ ଶ୍ରୀମନ୍ଦିରରେ ହେଉଥିବା ଏହି ପ୍ରଧାନ ପର୍ବକୁ ଶୃଙ୍ଖଳିତ ପାଳନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି । ମଙ୍ଗଳବାର ଏନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ