ବାଲି ବୋଝେଇ ଟ୍ରାକ୍ଟର ସହିତ କାର ଧକ୍କା:୫ ମୃତ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଗ୍ୱାଲିୟରରେ ବାଲି ବୋଝେଇ ଟ୍ରାକ୍ଟର ସହିତ କାର ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି ।ସୂଚନା ମୁତାବକ, ଆଜି ସକାଳ ୬ ଟା ୩୫ରେ ମଧ୍ୟପ୍ରଦେଶର ଗ୍ୱାଲିୟର-ଝାନସି ରାଜପଥର ମାଲୱା କଲେଜ ସମ୍ମୁଖରେ ଏକ ଦ୍ରୁତଗାମୀ କାର ବାଲି ବୋଝେଇ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା। ଫଳରେ କାର ଭିତରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗ୍ୱାଲିୟରର ବାସିନ୍ଦା ବୋଲି ଜଣାପଡିଛି। ସେମାନେ ଉତ୍ତର ପ୍ରଦେଶର ଝାନ୍ସୀରୁ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ କାରରେ ଗ୍ୱାଲିୟର ଫେରୁଥିଲେ।ତେବେ ଦୁର୍ଘଟଣା ନେଇ ଖବର ପାଇ ପୁଲିସ ଏବଂ ସ୍ଥାନୀୟ ବାସିନ୍ଦା କାରକୁ କାଟି ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଏକ କଟର ବ୍ୟବହାର କରିଥିଲେ।ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ପ୍ରିନ୍ସ ଏବଂ ଆଦିତ୍ୟ। ଉଭୟ ଗ୍ବାଲିୟରର ଡିଡି ନଗରର ବାସିନ୍ଦା ବୋଲି ଜଣାପଡିଛି। ବାକି ତିନି ଯୁବକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ପରେ ପୁନଃସ୍ଥାପିତ ହୋଇଥିଲା। ପୁଲିସର କହିବା ଅନୁଯାୟୀ, କାରଟି ଝାନ୍ସୀରୁ ଆସୁଥିଲା। ଏହା ସିକରାଉଡା ଛକ ଅତିକ୍ରମ କରିଥିଲାବେଳେ ବାଲି ବୋଝେଇ ଏକ ଟ୍ରାକ୍ଟର ଏବଂ ଟ୍ରଲି ସାମ୍ନାକୁ ଆସିଲା। କାରଟି ଦ୍ରୁତ ଗତିରେ ଆସୁଥିଲା। ହଠାତ୍ ଟ୍ରାକ୍ଟର ଟ୍ରଲି ଦେଖାଦେବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରାକ୍ଟରରେ ଧକ୍କା ଦେଇଥିଲେ।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ