ଟଙ୍କଧର କହିଲେ ନବୀନ ଛଦ୍ମବେଶୀ

ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ। ଏହାର ଦୃଢ଼ ଜବାବ ରଖିଛି ବିଜେପି।

ନବୀନ କହିଛନ୍ତି, ବିଜେପି ସରକାର ମିଶନ ଶକ୍ତି ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି। ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ଏ ସରକାର କାହିଁକି ସେମାନଙ୍କୁ ଦରମା ଦେଇନି? ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନବୀନଙ୍କ ପ୍ରଶ୍ନର ଦୃଢ଼ ଜବାବ ରଖିଛି ବିଜେପି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ। ଅସତ୍ୟ କହିବାରେ ପରାକାଷ୍ଠା ଦେଖାଇଛନ୍ତି ନବୀନ। ସରକାରରେ ଥିବା ବେଳେ ଯେମିତି ଥିଲେ, ଏବେ ବି ସେମିତି ଅଛନ୍ତି। ମହିଳା ମାନଙ୍କ ସହ ଥିଲୁ ଓ ମହିଳା ମାନଙ୍କ ସହ ଅଛୁ ବୋଲି ନବୀନ ବାବୁ କହୁଛନ୍ତି। ହେଲେ ନବୀନ ବାବୁ ଉତ୍ତର ଦେବେ କି ମମିତା, ବେବିନା, କୁନ୍ଦୁଲି ପୀଡ଼ିତା ମାନେ ଝିଅ ଥିଲେ କି ନାହିଁ? ସେମାନଙ୍କ ସହ ଥିଲେ କି ନାହିଁ ନବୀନ ବାବୁ?

ଏମବିକେ, ସିଆରପି ମାନଙ୍କ ୮ମାସ ହେଲା ଦରମା ପାଇନାହାନ୍ତି କୁହାଯାଉଛି। ବିଜେପି ସରକାର ୫ ମାସ ହେଲା ସରକାରରେ ଆସିଛି। ତା’ ପୂର୍ବରୁ ୩ ମାସ କିଏ ସରକାରରେ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର। ସେ ଆହୁରି କହିଛନ୍ତି, ଏମବିକେ, ସିଆରପି ମହିଳାମାନଙ୍କ ଚୁକ୍ତି ସରିବା ବେଳେ ବିଜେଡ଼ି ସରକାର ଥିଲା। ଯଦି ନବୀନ ବାବୁ ଏତେ ସମ୍ବେଦନଶୀଳ, ତା’ହେଲେ କାହିଁକି ଚୁକ୍ତି ନବୀକରଣ କରିନଥିଲେ ? କାହିଁକି ମହିଳାମାନଙ୍କୁ ମଝି ଦରିଆରେ ଛାଡ଼ିଦେଲେ ? କାହିଁକି ସେମାନଙ୍କୁ ଆଜି ହାତ ବାରିଶି କରୁଛନ୍ତି ?

ଏମବିକେ, ସିଆରପି ନିଯୁକ୍ତି ବେଳେ ନବୀନ ପଟ୍ଟନାୟକ ମା’ମାନଙ୍କ ପାଇଁ କାମ କରୁଛନ୍ତି ବୋଲି କହି ଦଳୀୟ ପ୍ରଚାରରେ ଲଗାଇଲେ, ହେଲେ ପରେ ତାଙ୍କୁ ପଛ ପଟୁ ଛୁରୀ ମାରିଲେ, ସେମାନଙ୍କ ଚୁକ୍ତି ନବୀକରଣ କଲେ ନାହିଁ। ଆଜି ସେହିମାନଙ୍କୁ ଆଣି ରାଜରାସ୍ତାରେ ବସାଇ ରାଜନୈତିକ ଉଦ୍ଦେଶ୍ୟ ସାଧନ କରୁଛନ୍ତି। ସେମାନଙ୍କୁ ରାଜନୀତିର ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ଏହା ହେଉଛି ନବୀନ ବାବୁଙ୍କ ସମ୍ଭେଦନଶୀଳତା? ଏବେ ନବୀନ ବାବୁ ମାଆମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ