୪ ନୂଆ ଲେବର କୋଡ୍‌ ଲାଗୁ: ଠିକ୍ ସମୟରେ ଦରମା ଦେବେ ନିଯୁକ୍ତିଦାତା

ନୂଆଦିଲ୍ଲୀ: ଚାକିରି ଆରମ୍ଭ କରିବା ସମୟରେ ହିଁ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି ପତ୍ର । ଠିକ୍ ସମୟରେ ଦରମା ଦେବେ ନିଯୁକ୍ତିଦାତା । ଦେଶବ୍ୟାପୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ସର୍ବନିମ୍ନ ବେତନ । ସେମାନଙ୍କ ସାମାଜିକ ସୁରକ୍ଷା ବଢ଼ିବ । ସେହିଭଳି ଉଦ୍ୟୋଗଗୁଡ଼ିକର ଅନୁପାଳନ ବୋଝ କମିବ । ଦେଶରେ ୪ ବୃହତ୍ ଶ୍ରମ କୋର୍ଡ ଆଜିଠାରୁ କାର୍ୟ୍ୟକାରୀ ହେବା ସହିତ ଏସବୁ ସମ୍ଭବ ହେବାକୁ ଯାଉଛି । କେନ୍ଦ୍ର ସରକାର ଶୁକ୍ରବାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ୪ ନୂଆ ଶ୍ରମ ଆଇନକୁ ଦେଶବ୍ୟାପୀ ଲାଗୁ କରିଛନ୍ତି ।

‘ଆତ୍ମନିର୍ଭର ଭାରତ’ ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହି ନିଷ୍ପତ୍ତି ଦ୍ୱାରା ବର୍ଷ ବର୍ଷ ଧରି ପ୍ରଚଳିତ ହୋଇ ଆସିଥିବା ପୁରୁଣା ତଥା ଜଟିଳ ଆଇନ ସମାପ୍ତ ହେବ । କର୍ମଚାରୀମାନଙ୍କ ଉତ୍ପାଦକତା ବଢ଼ାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ସରକାର ପୁରୁଣା ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଶେଷ କରି ଏହାକୁ ୪ଟି କୋଡ୍ରେ ବଦଳାଇଛନ୍ତି । ଉକ୍ତ ୪ଟି ଶ୍ରମ କୋଡ୍ ହେଲା, କୋଡ୍ ଅନ୍ ୱେଜେସ-୨୦୧୯, ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ୍-୨୦୨୦, କୋଡ୍ ଅନ୍ ସୋସିଆଲ ସିକ୍ୟୁରିଟି-୨୦୨୦ ଏବଂ ଅକ୍ୟୁପେସ୍ନାଲ ସେଫ୍ଟି, ହେଲ୍ଥ ଆଣ୍ଡ୍ ୱାର୍କିଂ କଣ୍ଡିସନ୍ସ (ଓଏସ୍ଏଚ୍ଡବ୍ଲ୍ୟୁସି କୋଡ୍-୨୦୨୦ ।

ମଜଭୁତ ହେବ ଶ୍ରମ ଇକୋସିଷ୍ଟମ: ସରକାରଙ୍କ କହିବାନୁସାରେ, ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଏକ ମଜଭୁତ ଶ୍ରମ-ଢାଞ୍ଚା ପ୍ରସ୍ତୁତ କରିବା, ଯାହା କେବଳ ଶ୍ରମିକମାନଙ୍କ ସୁରକ୍ଷା ବଢ଼ାଇବ ନାହିଁ, ଏହାସହିତ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ପ୍ରତିସ୍ଫର୍ଦ୍ଧାତ୍ମକ ମାହୋଲ ତିଆରି କରିବ । ଏକ ଭବିଷ୍ୟମୁଖୀ ଶ୍ରମ ଇକୋସିଷ୍ଟମ ନିର୍ମାଣ ଏହାର ଲକ୍ଷ୍ୟ ।

ଭଲ ଦରମା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଗ୍ୟାରେଣ୍ଟି: ଶ୍ରମ ମନ୍ତ୍ରାଳୟ ଅନୁସାରେ, ନୂଆ କୋଡ୍ ଜରିଆରେ ସମସ୍ତ ଶ୍ରମିକ ବିଶେଷକରି ଅନୌପଚାରିକ କ୍ଷେତ୍ର, ଗିଗ୍ ୱାର୍କର, ପ୍ରବାସୀ ଶ୍ରମିକ ଏବଂ ମହିଳାଙ୍କ ପାଇଁ ଭଲ ଦରମା, ସାମାଜିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯିବ । ପୁରୁଷଙ୍କ ସମତୁଲ୍ୟ ଦରମା ପାଇବେ ମହିଳା । କମିଟିଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବାଧ୍ୟତାମୂଳକ ହେବ । ନିର୍ଦ୍ଧାରିତ ସମୟ ମଧ୍ୟରେ କର୍ମଚାରୀଙ୍କ ସମସ୍ୟାର ସମାଧାନ ହେବ । ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ଏବେ ସମସ୍ତ ଶ୍ରମିକଙ୍କୁ ଚାକିରି ଆରମ୍ଭ କରିବା ସମୟରେ ନିଯୁକ୍ତିପତ୍ର ଦିଆଯିବ, ଯାହାଦ୍ୱାରା ରୋଜଗାର ଏବଂ ସର୍ତ୍ତଗୁଡ଼ିକର ପାରଦର୍ଶିତା ବଢ଼ିବ । ଦେଶବ୍ୟାପୀ ସମସ୍ତ କର୍ମଚାରୀ, ସେ ଯେକୌଣସି କ୍ଷେତ୍ରର ହୁଅନ୍ତୁ ନା କହିଁକି, ସମସ୍ତଙ୍କ ପାଇଁ ଲାଗୁ ହେବ ସର୍ବନିମ୍ନ ଦରମା, ଯାହାଦ୍ୱାରା କୌଣସି ଦରମା ଏତେ କମ୍ ରହିବ ନାହିଁ ଯେ, ଜୀବନ ଯାପନ କଷ୍ଟକର ହୋଇଯିବ । ନିଯୁକ୍ତିଦାତା କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବେ । ଏହା ନ କଲେ ଆଇନର ଉଲ୍ଲଂଘନ ଭାବେ ବିଚାର କରାଯିବ ।

୪୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ଶ୍ରମିକଙ୍କ ପାଇଁ ନିଃଶୁଳ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ଅନିବାର୍ୟ୍ୟ ହେବ । ଏହାବ୍ୟତୀତ ଏକ ରାଷ୍ଟ୍ରୀୟ ଓଏସ୍ଏଚ୍ ବୋର୍ଡ ଜରିଆରେ ଉଦ୍ୟୋଗଗୁଡ଼ିକରେ ସୁରକ୍ଷା ମାନକକୁ ଏକରୂପ କରାଯିବ । ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଏବେ ରାତ୍ରି ସିଫ୍ଟରେ କାର୍ୟ୍ୟ କରିପାରିବେ । କିନ୍ତୁ ଏଥିପାଇଁ ନିଯୁକ୍ତିଦାତାଙ୍କୁ ସୁରକ୍ଷା ଉପାୟ ଏବଂ ମହିଳାଙ୍କ ସହମତିକୁ ସୁନିଶ୍ଚିତ କରିବାକୁ ପଡ଼ିବ । ପୂର୍ବରୁ କେତେକ କ୍ଷେତ୍ରରେ ଏହି ଅନୁମତି ନ ଥିଲା । ପର୍ମାନେଣ୍ଟ କର୍ମଚାରୀଙ୍କ ସମତୁଲ୍ୟ ସୁବିଧା ପାଇବେ ଫିକ୍ସଡ-ଟର୍ମ କର୍ମଚାରୀ । ଏହି ସୁବିଧାଗୁଡ଼ିକ ମଧ୍ୟରେ ରହିଛି ସାମାଜିକ ସୁରକ୍ଷା, ମେଡିକାଲ କଭର ଏବଂ ପେଡ୍ ଲିଭ୍ ଇତ୍ୟାଦି । ୫ ବର୍ଷ ପରିବର୍ତ୍ତେ କାର୍ୟ୍ୟର ବର୍ଷେ ପରେ ଗ୍ରାଚୁଇଟି ପାଇବେ । ପ୍ରତ୍ୟେକ ନିଯୁକ୍ତିକୁ ଏହା ପ୍ରୋତ୍ସାହିତ କରିବ । ଗିଗ୍ କର୍ମଚାରୀ ଏବଂ ପ୍ଲାଟ୍ଫର୍ମ କର୍ମଚାରୀଙ୍କୁ ପ୍ରଥମ ଥର ପାଇଁ ଆଇନଗତ ପରିଚୟ ମିଳିବ । ସେମାନଙ୍କୁ ପିଏଫ୍, ପେନ୍ସନ, ବୀମା ଭଳି ସାମାଜିକ ସୁରକ୍ଷାର ଲାଭ ମିଳିପାରିବ ଏବଂ ପ୍ଲାଟ୍‌ଫର୍ମ କମ୍ପାନିଗୁଡ଼ିକୁ ଏଥିପାଇଁ ଯୋଗଦାନ ଦେବାକୁ ହେବ ।

ଅଧିକାଂଶ କ୍ଷେତ୍ରରେ ଦୈନିକକାର୍ୟ୍ୟ ସମୟକୁ ୮-୧୨ ଘଣ୍ଟାର ଖାଯାଇଛି । ସପ୍ତାହକୁ ଏହା ୪୮ଘଣ୍ଟା । ଓଭର୍ଟାଇମ୍ ପାଇଁ ଦୁଇଗୁଣା ଦରମା । ଶ୍ରମ ସୁରକ୍ଷା ଫ୍ରେମ୍‌ୱାର୍କରେ ସାମ୍ବାଦିକ, ଫ୍ରିଲାନ୍ସର, ଡବିଂ ଆର୍ଟିଷ୍ଟ ଏବଂ ମିଡିଆ ପେସାଦାରଙ୍କୁ ସାମିଲ କରାଯାଇଛି । ଏହାଦ୍ୱାରା ସେମାନଙ୍କପାଇଁ ନିଯୁକ୍ତି ପତ୍ର, ଦରମା ସୁରକ୍ଷାଏବଂ ନିୟନ୍ତ୍ରିତ କାର୍ୟ୍ୟ ସମୟ ସୁନିଶ୍ଚିତ ହେବ । ଏବେ ଅନେକ ପ୍ରକାର ପଞ୍ଜୀକରଣ ଏବଂରିପୋର୍ଟିଂ ବଦଳରେ ଏକକ ଲାଇସେନ୍ସ, ଏକକରିଟର୍ଣ୍ଣ ମଡେଲ ଆସିବ । ଫଳରେ କମ୍ପାନିଗୁଡ଼ିକରଅନୁପାଳନ ବୋଝ କମିବ । ଏହାବ୍ୟତୀତ ନୂଆବ୍ୟବସ୍ଥାରେ ‘ଇନ୍ସପେକ୍ଟର-କମ୍-ଫ୍ୟାସିଲିଟେଟର’ରହିବେ, ଯେଉଁମାନେ ଅଧିକ ମାର୍ଗଦର୍ଶନ ଦେବେ,ଦଣ୍ଡାତ୍ମକ କାର୍ୟ୍ୟାନୁଷ୍ଠାନ ନୁହେଁ । ଏହି କୋଡ୍ଗୁଡ଼ିକଦ୍ୱାରା କର୍ମଚାରୀଙ୍କୁ ବ୍ୟାପକ ସାମାଜିକ ସୁରକ୍ଷା ଏବଂସମ୍ମାନ ମିଳିବ । ଉଦ୍ୟୋଗଗୁଡ଼ିକୁ କମ୍ ଜଟିଳତାଏବଂ ଭଲ ପୁଞ୍ଜି ନିବେଶର ଅବସର ମିଳିବ ।

  • Related Posts

    Homoeopathy in India: Tradition, Trust, and Tomorrow

    10 April, Bhubaneswar: World Homoeopathy Day is being observed today. The day is celebrated to commemorate the birth anniversary of Dr Hahnemann, the founder of Homoeopathy. The theme of World…

    Continue reading
    Polling Turnout : 84.42% in Assam , 75.01% in Keralam and 86.92% in Puducherry

    Bhubaneswar,09 April 2026: Polling for the Assembly Elections in Assam, Keralam, and the Union Territory of Puducherry has concluded peacefully. Voters today cast their votes for the 126 seats in…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ