ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଉଦାହରଣ: ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ହେଉଛି ସମ୍ବିଧାନ ଦିବସ, ଯାହା ପ୍ରତିବର୍ଷ ୨୬ ନଭେମ୍ବରରେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ସମ୍ବିଧାନକୁ ଅଙ୍ଗୀକାର ବା ଗ୍ରହଣ କରିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଏହି ବିଶେଷ ସମାରୋହର ନେତୃତ୍ୱ ନେଇଛନ୍ତି । ପୁରୁଣା ସଂସଦ ଭବନର ଐତିହାସିକ କେନ୍ଦ୍ରୀୟ କକ୍ଷ (ସେଣ୍ଟ୍ରାଲ ହଲ୍)ରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ୟ୍ୟକ୍ରମରେ ନିଜର ଉଦ୍‌ବୋଧନ ଦେବାବେଳେ ରାଷ୍ଟ୍ରପତି ମୁର୍ମୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି , ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଏକ ଉଦାହରଣ । ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲାୟାଲମ୍, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମିୟା (ଆସାମୀ) ସମେତ ୯ଟି ଭାଷାରେ ସମ୍ବିଧାନର ଅନୁବାଦିତ ସଂସ୍କରଣ ଜାରି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, “ସମ୍ବିଧାନ ଦିବସର ଏହି ଐତିହାସିକ ଅବସରରେ ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଅତ୍ୟନ୍ତ ଖୁସି । ଆଜିର ଦିନରେ ଆମେ ଭାରତବାସୀ ନିଜ ସମ୍ବିଧାନକୁ ଅଙ୍ଗୀକାର କରିଥିଲୁ । ସ୍ୱାଧୀନତା ପରେ ସମ୍ବିଧାନ ସଭା ଭାରତର ଅନ୍ତରୀଣ ସଂସଦ ଭାବରେ ମଧ୍ୟ କାର୍ୟ୍ୟ କରିଥିଲା। ଚିଠା କମିଟିର ଅଧ୍ୟକ୍ଷ ବାବା ସାହେବ ଡ. ଭୀମରାଓ ଆମ୍ବେଦକର ଆମ ସମ୍ବିଧାନର ପ୍ରମୁଖ ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।”
କାର୍ୟ୍ୟକ୍ରମ ସମୟରେ ନିଜ ଅଭିଭାଷଣରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ କହିଥିଲେ, “… ଆମ ସମ୍ବିଧାନର ଚିଠା ପ୍ରସ୍ତୁତି, ଏହା ଉପରେ ତର୍କବିତର୍କ ଏବଂ ରୂପାୟନ ସମ୍ବିଧାନ ସଭାରେ ଭାରତ ମାତାର ମହାନ ନେତାମାନଙ୍କ ଦ୍ୱାରା କରାଯାଇଥିଲା । ଏହା ସ୍ୱାଧୀନତା ସଂଗ୍ରାମରେ ସାମିଲ ଆମର ଲକ୍ଷ ଲକ୍ଷ ଦେଶବାସୀଙ୍କ ସାମୂହିକ ଜ୍ଞାନ, ତ୍ୟାଗ ଏବଂ ସ୍ୱପ୍ନର ପ୍ରତୀକ । ମହାନ ବିଦ୍ୱାନ, ଚିଠା କମିଟି ଏବଂ ସମ୍ବିଧାନ ସଭାର ସଦସ୍ୟମାନେ କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଗଭୀର ବିଚାର କରିଥିଲେ । ସେମାନଙ୍କ ନିସ୍ୱାର୍ଥପର ଅବଦାନ ଆଜି ଭାରତକୁ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରରେ ପରିଣତ କରିଛି । ଆମର ସମ୍ବିଧାନ ବୁଦ୍ଧିମତା ଏବଂ ଜୀବନ୍ତ ଅନୁଭବ, ତ୍ୟାଗ, ଆଶା ଓ ଆକାଂକ୍ଷାରୁ ନିର୍ମିତ ହୋଇଛି । ଆମ ସମ୍ବିଧାନର ଆତ୍ମା ପ୍ରମାଣିତ କରିଛି ଯେ ଭାରତ ଏକ ଅଟେ ଏବଂ ସର୍ବଦା ଏକ ରହିବ…। ”
ଏହି ଜାତୀୟ ସମାରୋହରେ ଦେଶର ଶୀର୍ଷ ସାମ୍ବିଧାନିକ ପଦବୀରେ ଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ମୁର୍ମୁଙ୍କ ବ୍ୟତୀତ ଏହି କାର୍ୟ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀଗଣ ଏବଂ ସଂସଦର ସଦସ୍ୟମାନେ ଉପସ୍ଥିତ ଥିଲେ ।

  • Related Posts

    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading
    ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ