
ଭୁବନେଶ୍ୱର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପୁଣି ବିଜୁ ଜନତା ଦଳକୁ ତାଚ୍ଛଲ୍ୟ କରିଛନ୍ତି । ସେ କହିଛନ୍ତି ଯେ ବିଜେଡି ଭାଙ୍ଗିଯାଉ ବୋଲି ବିଜେପି ଚାହୁଁନାହିଁ । ଦଳଟା ଥାଉ, ଶତ୍ରୁ ବଞ୍ଚି ଥାଆନ୍ତୁ । ଆଉ ଅପମାନିତ ହୁଅନ୍ତୁ । ଆମର ଲକ୍ଷ୍ୟ ନୁହେଁ ବିଜେଡିକୁ ଶୂନ କରିବା । ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ କରିବୁ । ବିଜେପି ଯେଉଁଦିନ ହୁଇସିଲ ଫୁଙ୍କିବ, ସେଦିନ ବିଜେଡି ଗୁଣ୍ଡଗୁଣ୍ଡ ହୋଇଯିବ । ବିଜେଡିରେ ଗୋଟିଏ ଲୋକ ବି ରହିବେନି । ନବୀନ ପଟ୍ଟନାୟକ ବି ବିଜେପିକୁ ପଳାଇ ଆସିବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।



