ଓଡ଼ିଶା JE ପ୍ରଶ୍ନପତ୍ର ଲିକ୍‌ ମାମଲା; ବିହାରରୁ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ; ଓଡ଼ିଶା ଜୁନିୟର ଇଞ୍ଜିନିୟର (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଓଡ଼ିଶାରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରର ଲିଙ୍କ୍ ଥିବା ପର୍ଦ୍ଦାଫାସ୍ ହୋଇଛି । ବିହାର ସମସ୍ତିପୁରା ଜିଲ୍ଲାର ୩୫ ବର୍ଷୀୟ ରାଜ ମୋହନ ପ୍ରସାଦକୁ ଗିରଫ କରାଯାଇଛି । ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଭିଯୁକ୍ତକୁ ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ ।

ପୁଲିସ୍‌ର ସୂଚନା ଅନୁସାରେ, ଜେଇ ପ୍ରଶ୍ନପତ୍ର ଲିକ୍ ମାମଲାରେ ଏ ପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି । ଜୁନିୟର ସିଭିଲ୍ ଇଞ୍ଜିନିୟରଙ୍କ ନିଯୁକ୍ତି ପରୀକ୍ଷା ଯାହା ୨୦୨୩ ଜୁଲାଇ ୧୬ରେ ହେବାର ଥିଲା ପ୍ରଶ୍ନପତ୍ର ଲିକ୍ ହେବାପରେ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ଅଭିଯୋଗ ଅନୁସାରେ,ରାଜ ମୋହନ ପ୍ରସାଦ, ବିଶାଲ କୁମାର, ବିଜେନ୍ଦ୍ର ଗୁପ୍ତା ଏବଂ ଅଜୟ କୁମାରଙ୍କ ସହିତ ପଶ୍ଚିମବଙ୍ଗ ଦୀଘା ନିକଟସ୍ଥ ଏକ ହୋଟେଲରୁ ଲିକ୍ ପ୍ରଶ୍ନପତ୍ର ଧରି ଯାଇଥିଲେ । ପ୍ରାୟ ୮୭ ଜଣ ପ୍ରାର୍ଥୀ ସେହି ସ୍ଥାନରୁ ପ୍ରଶ୍ନପତ୍ର ସଂଗ୍ରହ କରିଥିବା ଆକଳନ କରାଯାଉଛି । ପୁଲିସ୍ ଚଢାଉରେ ଧରା ପଡିଥିଲେ ।

ସୂଚନା ଆଧାରରେ, କ୍ରାଇମବ୍ରାଞ୍ଚ ଚଢାଉ କରି ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତଥାପି ରାଜ ପ୍ରସାଦ ପ୍ରଥମେ ଖସି ପଳାଇ ଯାଇଥିଲା ଏବଂ ସ୍ଥାନ ପରିବର୍ତ୍ତନ କରୁଥିଲା । ଗୋଟିଏ ବର୍ଷ ଧରି ଫେରାର ଥିବା ରାଜ ପ୍ରସାଦ ଶେଷରେ ଗିରଫ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ଏବଂ ଏହି ଦୁର୍ନୀତିରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରିବାକୁ କାମ କରୁଛି ପୁଲିସ । ପେପର୍ ଲିକରେ ଆଉ କିଏ କିଏ ସାମିଲ ଅଛନ୍ତି କେତେ ଟଙ୍କାରେ ଡିଲ୍ ହେଉଥିଲା ରାଜ ମୋହନକୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

  • Related Posts

    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading
    ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ

    ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ୨…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ