
ନୀଳଗିରି: ଡୁପ୍ଲିକେଟ ସୁନା ବିସ୍କୁଟ ଦେଇ ଶିକ୍ଷକଙ୍କୁ ଚୁନା ଲଗାଇଲେ ଦଲାଲ। ସୁନା ବିସ୍କୁଟ ଦେବେ କହି ଠକିନେଲେ ଲକ୍ଷାଧିକ ଟଙ୍କା।ଇଶ୍ବରପୁର ଫାଣ୍ଡି ଅଞ୍ଚଳରୁ ୬ ଅଭିଯୁକ୍ତଙ୍କୁ ଗିରଫ କଲା ନୀଳଗିରି ପୁଲିସ।
ସୂଚନା ମୁତାବକ, ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ଶିକ୍ଷକଙ୍କୁ କମ୍ ମୂଲ୍ୟରେ ସୁନା ବିସ୍କୁଟ ଦେବେ ବୋଲି କହି ନୀଳଗିରି ଅଞ୍ଚଳର ଏକ ସୁନା ଦଲାଲ ରାକେଟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ହେଲେ ନୀଳଗିରି ଥାନାରେ ଅଭିଯୋଗ ପରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପଚରାଉଚରା କରିବା ସହ ସେମାନଙ୍କ ନିକଟରୁ ୩ ଲକ୍ଷ ୨୯ ହଜାର ଟଙ୍କା ୨ ଟି ବାଇକ ଓ ୫ ଟି ମୋବାଇଲ ଜବତ କରିଛି ପୁଲିସ।ଉକ୍ତ ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।




