ବାରବାଟୀ ଟିକେଟ କଳାବଜାରୀ : ୪ ଗିରଫ

କଟକ: ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍‌ । ଏଥିପାଇଁ ଦର୍ଶକ ମଧ୍ୟରେ ପ୍ରବଳ ଉତ୍ସାହ । ଷ୍ଟାଡିୟମକୁ ଯାଇ ପାଖରୁ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ସମସ୍ତଙ୍କ ଇଚ୍ଛା । ଏଥିପାଇଁ ଟିକେଟ୍‌ ପାଇବା ପାଇଁ ସମସ୍ତେ କସରତ କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ମାତିଛନ୍ତି କଳାବଜାରୀ । ଚଢ଼ା ଦରରେ ବିକ୍ରି କରୁଛନ୍ତି ଟିକେଟ୍‌ ।
ବାରବାଟୀ ଟିକେଟ୍‌ ଓ ପାସ୍‌ କଳାବଜାରୀ କରିବା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବିଡାନାସୀ ଓ ଦରଘା ବଜାର ଥାନା ପୋଲିସ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଞ-୨୦ ମ୍ୟାଚ୍ ପାଇଁ ଏହି ୪ ଜଣ ବ୍ୟକ୍ତି ଟିକେଟ ଓ ପାସ୍‌ କଳାବଜାରୀ କରୁଥିଲେ । ସେମାନଙ୍କ ନିକଟରୁ ୨୧ଟି ପାସ୍‌ ଓ ଟିକେଟ୍‌ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଚଳିତ ଥର ବାରବାଟୀ ମ୍ୟାଚ୍‌ ପାଇଁ ୨ ହଜାର ଟିକେଟ୍‌ ଅନଲାଇନ୍‌ରେ ଉପଲବ୍ଧ ହୋଇଥିବା ବେଳେ ୧୦ ହଜାର ଟିକେଟ୍‌ ଅଫଲାଇନରେ ସାଧାରଣ ଦର୍ଶକ ପାଇଁ ଉପଲବ୍ଧ ହୋଇଥିଲା । ସାଧାରଣ ଦର୍ଶକ ପାଇଁ ୧୨ ହଜାର ଟିକେଟ୍‌ ଥିବା ବେଳେ ହଜାର ହଜାର କ୍ରିକେଟ୍‌ ପ୍ରେମୀ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି । ଆଉ ଏହାର ସୁଯୋଗ ଉଠାଇଛନ୍ତି ଟିକେଟ୍‌ କଳାବଜାରୀ ।

ସେପଟେ ଆସନ୍ତାକାଲି ମ୍ୟାଚ୍‌ ହେବାକୁ ଥିବା ବେଳେ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ । ଭାରତୀୟ ଦଳ ଅପରାହ୍ମ ୧:୩୦ରୁ ୪:୩୦ ପର୍ୟ୍ୟନ୍ତ ଅଭ୍ୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ୟ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବ । ଭୁବନେଶ୍ବର ହୋଟେଲ ମେ’ଫେୟାରରୁ କଟକ ବାରବାଟୀ ପର୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରଯାଇଛି । ସେପଟେ ଅଭ୍ୟାସ ଦେଖିବା ପାଇଁ ଦର୍ଶକ ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଦର୍ଶକ ପାଇଁ ଖୋଲା ରହିବ । ଆଉ ଯଦି ଭିଡ଼ ଅଧିକ ହୁଏ ତେବେ ଗ୍ୟାଲେରୀ ନମ୍ବର ୧ ଓ ୨ ଖୋଲିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।କରିଥିଲେ ପାଣ୍ଡ୍ୟା ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ