ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ ୫ବର୍ଷରେ ରାଜ୍ୟରେ ମୋଟ୍ ୩୦ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି । ସେଥିରୁ ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ଲକ୍ଷ ୬୯ହଜାରରୁ ଅଧିକ ପ୍ରସବ ହୋଇଛି । ଏହାସହିତ ସରକାରୀ ହସ୍ପିଟାଲରେ ୧୯ଲକ୍ଷ ୫୯ହଜାର ୯୧୮ନର୍ମାଲ ଡେଲିଭରୀ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ୪ଲକ୍ଷ ୯ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି । ସେଥିରୁ ଘରୋଇ ହସ୍ପିଟାଲରେ ୧ଲକ୍ଷ ୪୮ହଜାର ୨୪୨ନର୍ମାଲ ଡେଲିଭରୀ ହୋଇଛି । ୪ଲକ୍ଷ ୯୦ହଜାର ୫୦୫ ସିଜେରିଆନ ଡେଲିଭରୀ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…








