
ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି ଥିଲା ୨ୟ ମୁକାବିଲା। ମୁଲ୍ଲାମ୍ପୁର (ନ୍ୟୁ ଚଣ୍ଡିଗଡ଼)ର ମହାରାଜା ୟାଦଭେନ୍ଦ୍ର ସିଂହ ଇଣ୍ଡରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଟିମ୍କୁ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ୨୧୪ ରନର ଏକ ବଡ଼ ଟାର୍ଗେଟ୍ ଦେଇଥିଲା । ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ କ୍ୱିଣ୍ଟନ ଡିକାକ୍ ସର୍ବାଧିକ ୯୦ ସ୍କୋର କରି ଆଉଟ ହୋଇଥିଲେ ।
ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜର ପ୍ରଥମ ମୁକାବିଲାରେ ୧୦୧ ରନରେ ଧମାକାଦାର ବିଜୟ ହାସଲ କରିଥିଲା। କିନ୍ତୁ ଆଜି ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋରକୁ ପୀଛା କରି ନପାରି ହାରି ଯାଇଛି ଟିମ ଇଣ୍ଡିଆ ।
୨୧୪ ରନକୁ ପୀଛା କରି ଭାରତ ପ୍ରଥମେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୬୭ ସ୍କୋରରେ ଭାରତର ୪ ଜଣ ଖେଳାଳି ପ୍ୟାଭିଲିଅନ ଫେରି ଯାଇଥିଲେ । ଶେଷ ୬ ଓଭରରୁ ଭାରତ ଜିତିବାକୁ ୯୮ ରନ ଆବଶ୍ୟକ କରୁଥିଲା । ଶେଷ ଦୁଇ ଓଭରରେ ଭାରତ ଜିତିବାକୁ ୫୬ ରନ ଆବଶ୍ୟକ କରୁଥିଲା ,ଯାହା ଅସମ୍ଭବ ଥିଲା ।
ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଦ୍ୱିତୀୟ ମୁକାବୁଲାକୁ ଜିତି ୧- ୧ରେ ସ୍ତିତି ବରାବର କରିଛି ଦକ୍ଷିଣ ଆଫ୍ରିକା । ବୋଲିଂ ପରେ ଭାରତ ବ୍ୟାଟିଂରେ ବିଫଳ ହୋଇ ଦ୍ୱିତୀୟ ଟି ୨୦ରେ ଦକ୍ଷିଣ ଆଫ୍ରିକା ଠାରୁ ୫୧ ରନ ରେ ହାରିଛି ଭାରତ ।




