୧୦ ଲକ୍ଷ ଲାଞ୍ଚ ମାମଲା: ୩ ଅଭିଯୁକ୍ତଙ୍କ ସରିଲା ରିମାଣ୍ଡ ଅବଧି

ଭୁବନେଶ୍ୱର: ରାଜଧାନୀର ତାରକା ହୋଟେଲ ସାମ୍ନାରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସେମାନଙ୍କୁ ଅଦାଲତରେ ହାଜର କରାଯିବ ।ରବିବାର ସିବିଆଇ ଉକ୍ତ ତାରକା ହୋଟେଲର ଜେନେରାଲ ମ୍ୟାନେଜର ଶୁଭମୟ ବାନାର୍ଜୀଙ୍କୁ ପଚରାଉଚରା କରିଛି । ଉକ୍ତ ହୋଟେଲରେ ଥରେ ଲାଞ୍ଚ କାରବାର ହୋଇଥିଲା ନା ହୋଟେଲଟି ଡିଲ୍‌ ପଏଣ୍ଟ ପାଲଟିଥିଲା । ସେନେଇ ପ୍ରମାଣ ସଂଗ୍ରହରେ ଲାଗିଛି ସିବିଆଇ ।
ଲାଞ୍ଚ କାରବାର ବେଳର ଅଧିକ ତଥ୍ୟ ପାଇଁ ସିବିଆଇ ପକ୍ଷରୁ ଶ୍ରୀ ବାନାର୍ଜୀଙ୍କୁ ସମନ ଜାରି ହୋଇଥିଲା । ରବିବାର ଅପରାହ୍ଣରେ ସେ ସିବିଆଇ ଅଫିସରେ ପହଞ୍ଚିଥିଲେ । ବ୍ରିଜ ଆଣ୍ଡ ରୁଫ୍‌ ଗ୍ରୁପ୍‌ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ମଧ୍ୟସ୍ଥ ତଥା ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ସାମ୍ନାରେ ଶ୍ରୀ ବାନାର୍ଜୀଙ୍କୁ ଦୀର୍ଘ ସମୟ ପାଇଁ ପଚରାଉଚରା କରାଯାଇଛି ।
ଗତ ୭ ତାରିଖ ସନ୍ଧ୍ୟାରେ ତାରକା ହୋଟେଲରେ ଚାଲିଥିଲା କ’ଣ ? ଡିଲ୍‌ ବେଳେ ୩ ଅଭିଯୁକ୍ତଙ୍କ ବାଦ୍‌ ଅନ୍ୟ କେଉଁମାନେ ଉପସ୍ଥିତ ଥିଲେ? ଡିଲ୍‌ ଚାଲିଥିବା ଟେବୁଲଟି କାହା ନାଁରେ ବୁକ୍‌ କରାଯାଇଥିଲା? ଟେବୁଲରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ କି? ଶ୍ରୀ ବାନାର୍ଜୀଙ୍କୁ ପଚରାଉଚରା ବେଳେ ଏସବୁ ପ୍ରଶ୍ନର ଉତ୍ତର ଖୋଜିଥିଲା ସିବିଆଇ । ଏହି ଡିଲ୍‌ଟି ପ୍ରଥମ ଥିଲା ନା, ପୂର୍ବରୁ ଏମିତି ଏକାଧିକ ଥର ଲାଞ୍ଚ କାରବାର ହୋଇଛି । ସେ ସମ୍ପର୍କରେ ତଥ୍ୟ ଜାଣିବାକୁ ଚାହିଁଥିଲା । ରାତି ୭ଟା ବେଳକୁ ସେ ସିବିଆଇ କାର୍ୟ୍ୟାଳୟରୁ ବାହାରିଥିଲେ ।
ଗତ ୧୧ ତାରିଖ ସୁଦ୍ଧା ସିବିଆଇରେ ହାଜର ହେବାକୁ ଶ୍ରୀ ସେଠୀଙ୍କୁ ସମନ ଜାରି କରାଯାଇଥିଲା । ତାଙ୍କ ଦୁଇ ଡ୍ରାଇଭର ନୃସିଂହ ଶତପଥୀ ଏବଂ ତୁଷାର କୁମାରଙ୍କୁ ଗତକାଲି ଦୀର୍ଘ ସମୟ ପାଇଁ ଜେରା କରାଯାଇଛି । ମଧ୍ୟସ୍ଥ ଦେବଦତ୍ତଙ୍କ କାର୍ୟ୍ୟାଳୟର ସବୁ ଅଧିକାରୀଙ୍କୁ ପଚରାଉଚରା ସରିଛି । ଏପରିକି ଦେବଦତ୍ତଙ୍କ ସ୍ତ୍ରୀ ଓ ସନ୍ତୋଷଙ୍କ ବାପାଙ୍କୁ ମଧ୍ୟ ସିବିଆଇ ପଚରାଉଚରା ଚଳିଛି ।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ