ମହିଳା ଟି୨୦: ଶ୍ରୀଲଙ୍କାକୁ ହରାଇଲା ଭାରତ

ବିଶାଖାପାଟଣା: ସ୍ପିନରଙ୍କ ସଫଳତା ପରେ ଶେଫାଳି ବର୍ମାଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ମଙ୍ଗଳବାର ଦ୍ଵିତୀୟ ମହିଳା ଟ୍ରେଣ୍ଟି୨୦ ମ୍ୟାଟ୍‌ରେ ଘରୋଇ ଭାରତ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍ ପରି ଏହି ମ୍ୟାଚ୍କୁ ମଧ୍ୟ ଭାରତୀୟ ମହିଳା ଦଳ ସହଜରେ ୭ ୱିକେଟ୍‌ରେ ଜିତିନେଇଛି। ଫଳରେ ପାଞ୍ଚ ମ୍ୟାଟ୍‌ର ଟି୨୦ ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ହୋଇଛି। ଶ୍ରୀଲଙ୍କା ମହିଳା ଦଳ ପ୍ରଥମେ ବ୍ୟାଟିଂକରି ୯ ୱିକେଟ୍‌ରେ ୧୨୮ ରନ୍ କରିଥିଲା । ପରେ ୪୯ଟି ବଲ୍‌ ବାକିଥାଇ ୩ ୱିକେଟ୍ ହରାଇ ଭାରତ ଜିତିଥିଲା। ଶୁକ୍ରବାର ଉଭୟ ଦଳଙ୍କ ମଧ୍ୟରେ ତୃତୀୟ ଟ୍ରେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଟସ୍ ଜିତି ଭାରତ ଫିଲ୍‌ଡିଂ କରିଥିଲା। ଶ୍ରୀଲଙ୍କା ଅଧୂନାୟିକା ଚମାରି ଅଟ୍ଟାପଟୁ ଆକ୍ରମଣ କରି ୨୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୧ ରନ୍ କରିଥିଲେ। ହର୍ଷିତା ସମରବିକ୍ରମ ୩୨ ବଲ୍‌ରୁ ୪ଟି ଚୌକା ସହ ସର୍ବାଧ‌ିକ ୩୩ ରନ୍ କରିଥିଲେ । ହାସିନୀ ପରେରା ୩ଟି ଚୌକା ସହ ୱିକେଟ୍ ନେବା ପରେ ବୈଷ୍ଣବୀ ଶର୍ମା ୨୨, କବିତା ଦିଲ୍‌ଲ୍ହାରୀ ୧୪ ଓ କୌଶିନୀ ନୃତ୍ୟାଙ୍ଗନା ୧୧ ରନ୍ କରିଥିଲେ। ଅନ୍ୟ କେହି ବଡ଼ ସ୍କୋର୍ କରି ପାରିନଥିଲେ। ଶ୍ରୀଲଙ୍କା ମାତ୍ର ୨୪ ରନ୍‌ରେ ଶେଷ ୬ଟି ୱିକେଟ୍ ହରାଇଥିଲା।

ଦୁଇ ଭାରତୀୟ ସ୍ପିନର ବୈଷ୍ଣବୀ ଶର୍ମା ଓ ଶ୍ରୀ ଚରଣି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ୩ ଜଣ ରନ୍‌ଆଉଟ୍ ହୋଇଥିଲେ। ୧୨୯ ରନ୍ ଲକ୍ଷ୍ୟରେ ଭାରତୀୟ ମହିଳା ଦଳ ଓପ୍‌ନିଂ ଯୋଡ଼ିରେ ୩ ଓଭରରେ ୨୯ ରନ୍ କରିଥିଲା। ସ୍ମୃତି ମାନ୍ଧାନା ୧୧ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌କରି ବିଦାୟ ନେଇଥିଲେ। ପରେ ଶେଫାଳି ବର୍ମା ଓ ଜେମିମା ରଡ୍ରିଗ୍ରେଜ୍ ଦ୍ରୁତ ୫୮ ରନ୍ ଯୋଡ଼ିଥିଲେ । ଜେମିମା ୧୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୬ ରନ୍ କରିଥିଲେ । ଅଧୂନାୟିକା ହରମନପ୍ରୀତ କୌର ୧୦ ରନ୍‌କରି ବିଦାୟ ନେଇଥିଲେ। ଓପ୍‌ନର ଶେଫାଳି ବର୍ମା ୩୪ ବଲ୍‌ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୬୯ ରନ୍‌କରି ଅପରାଜିତ ଥିଲେଓ ଶେଫାଳି ବର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ