ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ

ଭୁବନେଶ୍ୱର: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଗ୍ୟାସ। ଏନେଇ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ। ଏହାଦ୍ୱାରା ଓଦା ଓ ପରିବା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣରୁ ପ୍ରସ୍ତୁତ ହେବ ସିଏନଜି ଗ୍ୟାସ। ଭୁବନେଶ୍ୱରର କେଶୁରା ପାଖ ମେହେରପାଲିରେ ଏହି ପ୍ଲାଣ୍ଟ ପ୍ରସ୍ତୁତ ହେବାକୁ ଥିବାବେଳେ ଏନେଇ ଅଏଲ ଇଣ୍ଡିଆ ଲିମିଟେଡ଼ ଓ ବିଏମସିର ଏକ ଚୁକ୍ତି ସ୍ଵାକ୍ଷର ହୋଇଛି। ପ୍ଲାଣ୍ଟ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିବାବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ଵାକ୍ଷର ହୋଇଥିବାବେଳେ ୨ ବର୍ଷରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ତେବେ ୧୭୫ କୋଟି ଟଙ୍କା ବ୍ୟୟରେ ପ୍ରତିଦିନ ୨୦୦ ଟନ ଉତ୍ପାଦନର କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରସ୍ତୁତ କରିବାକୁ ଯାଉଛି ଅଏଲ ଇଣ୍ଡିଆ ଲିମିଟେଡ଼। ପ୍ରାଥମିକ ଭାବେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ୮ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ସରକାର ଆଗାମୀ ଦିନରେ ୬ ଟି ମୁନିସିପାଲଟି ବା ବଡ ସହରରେ ହେବ ବୋଲି କହିଛନ୍ତି ମନ୍ତ୍ରୀ। ପୁରୀ, କୋଣାର୍କ, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ତେବେ ଏହି ବାୟୋଗ୍ୟସ ଇନ୍ଦୋର ଓ ଗୋଆରେ ପରୀକ୍ଷାମୂଳକ ଭାବେ କରାଯାଇଥିବାବେଳେ ଓଡ଼ିଶାରେ ଏହି ବର୍ଯ୍ୟକୁ ପ୍ରକ୍ରିୟାକରଣ କରି ଭୁବନେଶ୍ୱରକୁ ପ୍ରୟୋଗଶାଳା ଭାବେ ନେଇ ବାୟୋଗ୍ୟାସ ଉତ୍ପାଦନ କରିବ ଅଏଲ ଇଣ୍ଡିଆ ଲିମିଟେଡ଼। ଏହି କାର୍ଯ୍ୟକୁ ତୁରିତ ତ୍ଵରାନିତ୍ଵ ପାଇଁ ମନ୍ତ୍ରୀ କହିଥିବାବେଳେ ୨ ବର୍ଷ ପୂର୍ବରୁ ପ୍ରକଳ୍ପ ଶେଷ କରିବାକୁ କହିଛନ୍ତି ଅଏଲ ଇଣ୍ଡିଆ ଲିମିଟେଡ଼ ଏମଡି ରଞ୍ଜିତ କୁମାର ରଥ ।

ସ୍ଵଛ ଶକ୍ତିକୁ ପ୍ରୋତ୍ସାହିତ କରିବା ସହ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ନାଗରିକଙ୍କ ଜୀବନଧାରଣା ମାନ ବୃଦ୍ଧି କରିବା ଦିଗରେ ଏହି ସିଏନଜି ଗ୍ୟାସ ପ୍ଲାଣ୍ଟ ସହାୟକ ହେବ ବୋଲି ରଞ୍ଜିତ କୁମାର ରଥ କହିଥିବାବେଳେ ସାରା ଦେଶରେ ୨୫ ସହରରେ ଏହି ବାୟୋଗ୍ୟାସ ନିର୍ମାଣ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି। ପ୍ରତିଦିନ ଏହି ପ୍ଲାଣ୍ଟରେ ୧୦ ଟନ ଗ୍ୟାସ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ପ୍ଲାଣ୍ଟର ପରବର୍ତୀ ତତ୍ୱାବଧାନ ପାଇଁ ୨୦ କୋଟି ଟଙ୍କାର ନିବେଶ ହେବ ବୋଲି ମଧ୍ୟ କହିଛନ୍ତି। ଏହାସହ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ ଆଗାମୀ ଦିନରେ ନଡ଼ା ଓ ଧାନରୁ ଗ୍ୟାସ ଓ ପ୍ରାକୃତିକ ଶକ୍ତି ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି। ବିଶେଷ କରି ସମ୍ବଲପୁର, ବୌଦ୍ଧ, ସୋନପୁର ଅଂଚଳରେ ଧାନ ଓ ନଡ଼ା ସହ ବଲାଙ୍ଗୀରରେ ଅଧିକ ଗୋଶାଳା ଥିବାରୁ ସେଠାରେ ଗୋବରରୁ ଗ୍ୟାସ ଓ ପ୍ରାକୃତିକ ଶକ୍ତି ଉତ୍ପାଦନ ହେବ ବୋଲି କହିଛନ୍ତି ରଞ୍ଜିତ କୁମାର ରଥ।

ଏଠାରେ ସୂଚନାଥାଉକି ବର୍ତ୍ତମାନ ଭୁବନେଶ୍ୱରରେ ୩୮୦ ଟନ ଓଦା ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଛି। ଏଥିରୁ ୧୨୦ ଟନ ବୈଜ୍ଞାନିକ ପଦ୍ଧତିରେ ୩୭ଟି ମାଇକ୍ରୋ କାମୋଷ୍ଟିଙ୍ଗ ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଇ ସେଥିରୁ ମୋ ଖତ ପ୍ରସ୍ତୁତ ହେଉଛି। ଅବଶିଷ୍ଟ ୨୬୦ ଟନ ପାରମ୍ପରିକ ଭାବରେ ୱଣ୍ଡୋ କାମ୍ପୋଷ୍ଟିଙ୍ଗ ସେଣ୍ଟରରେ ପ୍ରକ୍ରିୟାକରଣ ହେଉଥିବାବେଳେ ବର୍ତ୍ତମାନ ଏହି ଓଦା ବର୍ଜ୍ୟବସ୍ତୁରୁ ଗ୍ୟାସ ପ୍ରସ୍ତୁତ ହେବ ।

  • Related Posts

    ଆଜିଠୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ, ୧୭ ତାରିଖ ଯାଏ ଚାଲିବ

    ଭୁବନେଶ୍ୱର,: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା’ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ…

    Continue reading
    ହୀରାକୁଦ: ଖୋଲିଲା ଆଉ ୪ ଗେଟ୍

    ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ିଲା ଜଳସ୍ତର । ଖୋଲିଲା ହୀରାକୁଦର ଆଉ ୪ ଗେଟ୍ । ଏବେ ମୋଟ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ