ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ଗୁଣର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ସମସ୍ତ ପାଖରେ କିଛି ନା କିଛି ଲୁକ୍କାୟିତ ଗୁଣ ବା ପ୍ରତିଭା ରହିଛି। ତେଣୁ ପାଠ ପଢ଼ା ସହିତ ଏହି ଲୁଚି ରହିଥିବା ପ୍ରତିଭାକୁ ଚିହ୍ନି ପାରିଲେ, ଆମେ ଜୀବନରେ ସଫଳ ହୋଇ ପାରିବା ବୋଲି ତେଲକୋଇ ବ୍ଲକର ସିରିଗିଡ଼ାଠାରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଭଳି ମତବ୍ୟକ୍ତ କରିଛନ୍ତି।

ସୁବର୍ଣ୍ଣ ଜୟନ୍ତୀ ସମାରୋହ ମୁଖ୍ୟ ଅତିଥି ଭାବେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ପ୍ରଥମ କାମ ହେଉଛି ମନଦେଇ ପାଠପଢିବା। କେବଳ ପାଠ ପଢିଲେ ହେବ ନାହିଁ। ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ଟେକ୍ନୋଲୋଜି ସହ ତାଳ ଦେଇ ଅପଡେଟ୍ ରହିବା କଥା।। ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ଅନ୍ତନିର୍ହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ସେହି ଅନ୍ତର୍ନିହିତ ପ୍ରତିଭାର ବିକାଶ କଲେ ସଫଳତା ମିଳିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଆମକୁ ସ୍ପଷ୍ଟ କରିଛି ଯେ, ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାକିରି ପାଇବା ନୁହେଁ, ବରଂ ଲାଇଫ୍ ସ୍କିଲ ବା ଜୀବନ କୌଶଳ, ସୃଜନଶୀଳତା ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗ୍ରହଣ କରିବା। ତେଣୁ ନିଜର ପ୍ରତିଭା ବଳରେ ଆଗକୁଯିବା ଉପରେ ଛାତ୍ରଛାତ୍ରୀମାନେ ଗୁରୁତ୍ବ ଦେବା ଆବଶ୍ୟକ। ସାଧାରଣତଃ ପିଲାମାନେ କୌଣସି ବାହାର ଲୋକଙ୍କ ସହିତ କଥାବାର୍ତ୍ତା କଲାବେଳେ ଅସହଜ ମନେ କରନ୍ତି। ଉପଯୁକ୍ତ କମ୍ୟୁନିକେସନ ସ୍କିଲର ଅଭାବ ଯୋଗୁ ଏହା ହୋଇଥାଏ। ସେହିପରି ତୁରନ୍ତ ନିଷ୍ପତ୍ତି ନେବା ବି ଗୋଟେ ସ୍କିଲ। ବହୁତ୍ ପିଲା ନିଷ୍ପତ୍ତି ନେବାରେ ଦୋ ଦୋ ପାଞ୍ଚ ହୁଅନ୍ତି। କିନ୍ତୁ, ଯେଉଁମାନେ ପ୍ରକୃତରେ ସ୍ମାର୍ଟ ପିଲା ସେମାନେ ଶୀଘ୍ର ନିଷ୍ପତ୍ତି ନେଇ କାମ କରିଦିଅନ୍ତି। ଆମର ସବୁ ସମୟରେ ସମସ୍ୟା ସମାଧାନ ବା ପ୍ରୋବ୍ଲେମ୍ ସଲ୍‌ଭିଙ୍ଗ ଆଟିଚୁଡ୍ ରହିବା ଆବଶ୍ୟକ। ସବୁବେଳେ ଅଭିଯୋଗ କରିବା ଭଲନୁହେଁ। ଏହିପରି ଅନେକ ଲାଇଫ୍ ସ୍କିଲ ସବୁ ଅଛି। ଯାହା ଛାତ୍ରଛାତ୍ରୀମାନେ ଶିଖିଲେ ବା ଅଭ୍ୟାସ କଲେ, ଆଗାମୀ ଦିନରେ ଏଗୁଡିକ ଖୁବ୍ ସହାୟକ ହେବ। ତେଣୁ ବିଭିନ୍ନ ଲାଇଫ୍ ସ୍କିଲ୍ ବିଷୟରେ ଜାଣିବା, ଶିଖିବା ବହୁତ୍ ଜରୁରୀ ବୋଲି ମୁଖ୍ୟୃମନ୍ତ୍ରୀ କହିଥି‌ଲେ।

ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ଯାହା ରାଜ୍ୟରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧିରେ ସହାୟକ ହେଉଛି । ଆଦିବାସୀ ପିଲାମାନଙ୍କ ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ୟ୍ୟକାରୀ ହୋଇଛି। ମାତୃଭାଷାରେ ଶିକ୍ଷା ଦିଆଯାଉଛି। ଏହିସବୁ ପଦକ୍ଷେପ ଗୁଡିକ ଯୋଗୁ ସ୍କୁଲରେ ଡ୍ରପ୍ ଆଉଟ୍ ହାର କମିବା ଆରମ୍ଭ କରିଛି। ନୂତନ ଶିକ୍ଷାନୀତିକୁ ଗ୍ରହଣ କରି ଆମ ସରକାର ରାଜ୍ୟର ୪୫ ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି। ଛୋଟ ପିଲାମାନଙ୍କର ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ । ଏହାସହିତ, ଶିକ୍ଷାର୍ଥୀମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ରାଜ୍ୟର ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ କାର‌୍ୟ୍ୟକାରୀ ହେଉଛି । ସେମାନଙ୍କୁ ପ୍ରକଳ୍ପ କାର୍ୟ୍ୟ ଆଇଟି (କୋଡିଂ) ଦକ୍ଷତା, ପୁସ୍ତକ ସମୀକ୍ଷା ଏବଂ କ୍ରୀଡା ଆଧାରିତ ଜୀବନ କୌଶଳ ଶିକ୍ଷା ଦିଆଯାଉଛି ବୋଲି କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ଲୁକ୍କାୟିତ ହୋଇ ରହିଛି। ସେସବୁ ପରିସ୍ଫୁଟିତ ହେବା ଦରକାର ଏବଂ ଏଥିପାଇଁ ସେମାନଙ୍କୁ ଯଦି ସଠିକ ଭିତ୍ତିଭୂମି, ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ଦିଆଯାଏ, ତେବେ ସେମାନେ ନିଜର ତଥା ସମାଜର ମଙ୍ଗଳ କରିପାରିବେ।ରାଜ୍ୟ ସରକାର ଶିକ୍ଷାକୁ ଅତ୍ୟନ୍ତ ଗୁରୁତ୍ବର ସହିତ ନେଇଛନ୍ତି। ଚଳିତ ବଜେଟରେ ଆମ ସରକାର ରେକର୍ଡ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ଆପଣ ଜାଣି ଖୁସି ହେବେ ଯେ, ଚଳିତ ବଜେଟର ୧୪.୨ ପ୍ରତିଶତ ଅର୍ଥାତ୍ ରାଜ୍ୟ ଜିଡ଼ିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି । ଯାହାକି ଦେଶରେ ଅଳ୍ପ କିଛି ରାଜ୍ୟ କରିବାରେ ସମର୍ଥ ହୋଇଛନ୍ତି। ଓଡିଶାରେ ମଧ୍ୟ ସବୁ ବିଭାଗରୁ ଶିକ୍ଷା ବିଭାଗରେ ଖର୍ଚ୍ଚ ସବୁଠାରୁ ଅଧିକ, ଏଥିରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରର ଖର୍ଚ୍ଚ ହେଉଛି ସିଙ୍ଘଭାଗ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ସମାଜସେମୀ ଶ୍ରୀ ଶୁକଦେବ ମହାନ୍ତ, ବିଦ୍ୟାଳୟର ସଭାପତି ଶ୍ରୀ ରାମଚନ୍ଦ୍ର ମହାନ୍ତ, ସଂପାଦକ ଶ୍ରୀ କୈଳାସ ଚନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ବନାଥ ଦେହୁରୀ ଉପସ୍ଥିତ ରହିଥିଲେ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ