ଯନ୍ତ୍ରୀ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର, : ନିର୍ବାଚନ ପରେ ରାଜ୍ୟ ସରକାର ଯନ୍ତ୍ରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଏକାଥରକରେ ୧୦୨ ଯନ୍ତ୍ରୀଙ୍କ ବଦଳି ହୋଇଛି । ୩୫ ଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପାହ୍ୟା (ଏସିଇ) ଅଧିକାରୀଙ୍କ ବଦଳି ହୋଇଥିବାବେଳେ ୬୭ ଜଣ ଅଧୀକ୍ଷଣ ଯନ୍ତ୍ରୀ (ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର)ଙ୍କ ବଦଳି ହୋଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ମଙ୍ଗଳବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଲୋକାୟୁକ୍ତର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ମାନଗୋବିନ୍ଦ ବିଶ୍ୱାଳଙ୍କୁ ଗ୍ରାମ ଉନ୍ନୟନ ବିଭାଗକୁ ବଦଳି କରାଯାଇଛି । ଗ୍ରାମ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଜ୍ୟୋତିରଞ୍ଜନ ଶତପଥୀଙ୍କୁ ସବୋର୍ଚ୍ଚ ଯନ୍ତ୍ରୀ (ଇଆଇସି)ଙ୍କ ଅଫିସ୍‌ରେ ରାସ୍ତା-୧ ଏସିଇ ଭାବେ ବଦଳି ହୋଇଛି । ସମ୍ବଲପୁର ଜାତୀୟ ରାଜପଥ ପଶ୍ଚିମ ଜୋନ୍‌ରେ କାର୍ୟ୍ୟରତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନାରାୟଣ ପଟେଲଙ୍କୁ ଓବିସିସିକୁ ବଦଳି ହୋଇଛି ।
ଭୁବନେଶ୍ୱର ରାସ୍ତା ଓ ଗୃହ ବିଭାଜନ-୧ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତ୍ରିନାଥ ବେହେରାଙ୍କୁ କଟକ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଗ୍ରାମ ଉନ୍ନୟନ ବିଭାଗରେ ଥିବା ଏସିଇ ତପନ କୁମାର ବେହେରା ବଲାଙ୍ଗୀର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ହୋଇଛନ୍ତି । ରାୟଗଡାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଥିବା ସତ୍ୟନାରାୟଣ ଖୁରା କୋରାପୁଟ ଯାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏସିଇ ଥିବା ଅଜିତ କୁମାର ସିଂଙ୍କୁ ସର୍ବୋଚ୍ଚ ଯନ୍ତ୍ରୀ ଅଫିସ୍‌ରେ ରାସ୍ତା-୨ ଦାୟିତ୍ୱ ଦିଆଯାଇଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଫିସ୍‌ରେ ଥିବା ପ୍ରଭାତ କୁମାର ମାହାଲି ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଯାଇଛନ୍ତି । ଭୁବନେଶ୍ୱର ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମାନସ ରଞ୍ଜନ ସେଠୀ ବାଲେଶ୍ୱରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ହୋଇଛନ୍ତି ।
ଏହା ସହ ୬୭ ଜଣ ଅଧୀକ୍ଷଣ ଯନ୍ତ୍ରୀଙ୍କୁ (ଏସ୍‌ଇ)ମଧ୍ୟ ବଦଳି କରାଯାଇଛି । ଭଦ୍ରକ ରାସ୍ତା ଓ ଗୃହ ବିଭାଜନରେ ଥିବା ଏସ୍‌ଇଙ୍କୁ ଗ୍ରାମ ଉନ୍ନୟନ ବିଭାଗକୁ ବଦଳି ହୋଇଛି । ସେହିପରି ଆଶିଷ କୁମାର ନାୟକଙ୍କୁ ଭଞ୍ଜନଗରରୁ କଟକକୁ ବଦଳି ହୋଇଛି । ଭୁବନେଶ୍ୱର ବିଭାଜନ ନଂ-୩ର ଅଧୀକ୍ଷଣ ଯନ୍ତ୍ରୀ ଗାୟତ୍ରୀ ପଟେଲଙ୍କୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ବଦଳି ହୋଇଛି । ଅମିତ କୁମାର ଟୁଡୁ ଫୁଲବାଣୀରୁ ସୁନ୍ଦରଗଡ ଯାଇଛନ୍ତି । ସଚିନ କୁମାର ସାହୁଙ୍କୁ ଭୁବନେଶ୍ୱର ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର ଡିଭିଜନ-୪ ଦାୟିତ୍ୱରେ ଥିବା ବିଭୁପ୍ରସାଦ ଲେଙ୍କାଙ୍କୁ ସମ୍ବଲପୁର ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ହୋଇଛନ୍ତି । ଓବିସିସିରେ କାର୍ୟ୍ୟରତ ସୁନ୍ଦରମାଧବ ପାଢ଼ୀଙ୍କୁ ଭୁବନେଶ୍ୱର ଡିଭିଜନ-୪ ଅଧୀକ୍ଷଣ ଯନ୍ତ୍ରୀ ଦାୟିତ୍ୱ ମିଳିଛି । କଟକ କ୍ଷୁଦ୍ର ଶିଳ୍ପ ନିଗମରେ କାର୍ୟ୍ୟରତ ଅମରେଶ ରାଉତରାୟଙ୍କୁ ଭୁବନେଶ୍ୱର ଡିଭିଜନ-୫ର ଅଧୀକ୍ଷଣ ଯନ୍ତ୍ରୀ ହୋଇଛନ୍ତି । ବଲାଙ୍ଗୀରରେ ଅଧୀକ୍ଷଣ ଯନ୍ତ୍ରୀ ଥିବା ନରେନ୍ଦ୍ର କୁମାର ଘଡ଼ାଇଙ୍କୁ ଭୁବନେଶ୍ୱର ଡିଭିଜନ- ୩ର ଅଧୀକ୍ଷଣ ଯନ୍ତ୍ରୀ ହୋଇଛନ୍ତି । ଓଡ଼ିଶା ସଚିବାଳୟ ସବ୍‌ ଡିଭିଜନରେ ଅଧୀକ୍ଷଣ ଯନ୍ତ୍ରୀ ଥିବା ପ୍ରଭୁଦତ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଡିଭିଜନ- ୧ର ଅଧୀକ୍ଷଣ ଯନ୍ତ୍ରୀ ହୋଇଛନ୍ତି ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ