ଅବସର ଘୋଷଣା କଲେ ଅଶ୍ୱିନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କହିଲେ ସ୍ପିନ୍‌ ଲିଜେଣ୍ଡ ଆର୍‌ ଅଶ୍ୱିନ୍। ଗାବା ଟେଷ୍ଟ ପରେ ସେ ଅବସର ଘୋଷଣା କରିଛନ୍ତି। ଏହି ଷ୍ଟାର୍ କ୍ରିକେଟର୍‌ଙ୍କୁ ଏବେ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦେଖିବାକୁ ମିଳିବ ନାହିଁ। ୩୮ ବର୍ଷ ବୟସରେ ରବିଚନ୍ଦ୍ରନ୍‌ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି।

ଅଶ୍ୱିନଙ୍କ ଏପର୍ୟ୍ୟନ୍ତ ଏକ ଦୃଢ଼ ରେକର୍ଡ ରହିଛି। ବୋଲିଂ ସହିତ ସେ ବ୍ୟାଟିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିଅରରେ ୫୦୦ରୁ ଅଧିକ ୱିକେଟ ନେଇଛନ୍ତି। ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ସେ ଖବରଦାତା ସମ୍ମିଳନୀରେ ଅବସର ଘୋଷଣା କରିଛନ୍ତି।

ଗାବା ଟେଷ୍ଟର ଡ୍ର ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅବସର ଘୋଷଣା କରି କହିଛନ୍ତି ଯେ ଭାରତ ପାଇଁ କ୍ରିକେଟର ଭାବରେ ଏହା ତାଙ୍କର ଥିଲା ଶେଷ ଦିନ। ଏହାପୂର୍ବରୁ ଯେତେବେଳେ ପଞ୍ଚମ ଦିନରେ ମ୍ୟାଚ୍ ବନ୍ଦ ହୋଇଥିଲା ସେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟମାନେ ଡ୍ରେସିଂ ରୁମରେ ଉପସ୍ଥିତ ଥିଲେ, ଏହି ସମୟରେ ରବିଚନ୍ଦ୍ରନ ଅଶ୍ୱିନ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ।

୩୮ ବର୍ଷୀୟ କ୍ରିକେଟର ଆର୍ ଅଶ୍ୱିନ୍‌ଙ୍କ ନାଁରେ ଅନେକ ରେକର୍ଡ ରହିଛି। ସେ କ୍ରିକେଟ୍‌ ଜଗତରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ଅଟନ୍ତି। ତାଙ୍କ ନାମରେ ମୋଟ ୫୩୭ଟି ଟେଷ୍ଟ ୱିକେଟ୍ ରହିଛି।ସେହିପରି ଙଊଓରେ ୧୫୬ଟି ୱିକେଟ୍, ଟି-୨୦ରେ ୭୨ ୱିକେଟ୍, ଅନ୍ତର୍ଜାତୀୟ କ୍ୟାରିୟରରେ ୭୬୫ ୱିକେଟ୍ ନେଇଛନ୍ତି ଅଶ୍ୱିନ୍‌। ଏଥିସହିତ ସେ ସର୍ବାଧିକ ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି (୧୧ ଥର), ଯାହା ମୁରଲୀଧରନ୍‌ଙ୍କ ସହ ସମାନ। ଜଣେ ସ୍ପିନର ଭାବରେ ତାଙ୍କ ବୋଲିଂ ଷ୍ଟ୍ରାଇକ୍ ହାର ହେଉଛି ୫୦.୭(୨୦୦+ ୱିକେଟ୍), ଯାହା ସର୍ବାଧିକ।

କେବଳ ସ୍ପିନ୍‌ର୍‌ ନୁହନ୍ତି ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଭାବେ ମଧ୍ୟ ଅଶ୍ୱିନ୍‌ ନିଜର ଛାପ ଛାଡ଼ିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୩୫୦୩ ରନ୍ ସଂଗ୍ରହ କରି ମୋଟ ୬ ଟେଷ୍ଟ ଶତକ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କର ମୋଟ ୮ଟି ଶତକ ରହିଛି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ