ଓଡ଼ିଆ ସାହିତ୍ୟର ଜନକ ଫକୀର ମୋହନ ସେନାପତିଙ୍କ ସ୍ମୃତିରେ ମାଲ୍ୟାର୍ପଣ

ଭୁବନେଶ୍ୱର।୧୫ ଜାନୁଆରୀ,୨୦୨୬:ଓଡ଼ିଆ ଭାଷା, ସାହିତ୍ୟ ଓ ସାମାଜିକ ଚେତନାର ବିକାଶରେ ଯାହାଙ୍କ ଅବଦାନ ଅତୁଳନୀୟ, ସେହି ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତି ନିଜ ସୃଜନଶୀଳତା, ସାମାଜିକ ଦୃଷ୍ଟିକୋଣ ଓ ସାହସୀ ଲେଖନୀ ମାଧ୍ୟମରେ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ଇଂରେଜ ଶାସନକାଳରେ ଭାଷାଗତ ଅବହେଳା, ସାମାଜିକ କୁପ୍ରଥା ଓ ଅନ୍ୟାୟ ବିରୋଧରେ ସେ ତାଙ୍କ ଲେଖନୀକୁ ଅସ୍ତ୍ର ଭାବେ ବ୍ୟବହାର କରି ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଓଡ଼ିଆ ଭାଷାର ସ୍ୱାଭିମାନ, ସାମାଜିକ ସତ୍ୟ ଓ ମାନବିକ ମୂଲ୍ୟବୋଧକୁ ନିଜ ସାହିତ୍ୟ ମାଧ୍ୟମରେ ଉଜାଗର କରି ସେ ଓଡ଼ିଶାର ସାହିତ୍ୟ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲେ। ତାଙ୍କର ସାହିତ୍ୟକ ଅବଦାନ ଓ ଭାଷା ପ୍ରତି ସମର୍ପଣ ଆଜି ମଧ୍ୟ ଓଡ଼ିଆ ଜାତି ପାଇଁ ଏକ ଅମୂଲ୍ୟ ପ୍ରେରଣା ସ୍ରୋତ ରୂପେ ରହିଛି। ସେହି ମହାନ ସାହିତ୍ୟକଙ୍କ ଜୟନ୍ତୀ ଅବସରରେ ୧୪ ଜାନୁଆରୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଉତ୍କଳ ବିଶ୍ବ ବିଶ୍ବବିଦ୍ୟାଳୟ ବାଣୀବିହାର ଛକସ୍ଥିତ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର୍‌ ସିଂ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଉପ ନିର୍ଦ୍ଦେଶକ ଶ୍ରୀ ଅଶ୍ଵିନୀ କୁମାର ଭୋଇ, ରାଜ୍ୟସ୍ତରୀୟ ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦର ସଭାପତି ଶ୍ରୀ ଜୀବନ କୁମାର ମହାପାତ୍ର, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ଦାସ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କ ସହ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀଙ୍କ ସହ ଓଡ଼ିଆ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ–ସାଂସ୍କୃତିକ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ରହି ମହାନ ସାହିତ୍ୟକଙ୍କ ସ୍ମୃତିଚାରଣ କରିଥିଲେ। ଫକୀର ମୋହନ ସେନାପତିଙ୍କ ସାହିତ୍ୟକ ଦର୍ଶନ, ସାମାଜିକ ସଚେତନତା ଓ ଭାଷାଭିତ୍ତିକ ସଂଗ୍ରାମ ଓଡ଼ିଆ ଜାତିର ଚେତନାକୁ ସଦା ସଜାଗ ରଖିବ ବୋଲି ଉପସ୍ଥିତ ବକ୍ତିବିଶେଷ ମତବ୍ୟକ୍ତ କରିଥିଲେ।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ