ଆପଣ ପିଉଥିବା କୋଲଡ ଡ୍ରିଙ୍କସ ବା ଥଣ୍ଡା ପାନୀୟରେ ରହିଛି କ୍ୟାନସର କାରକ । ଥଣ୍ଡାପାନୀୟରେ ଥିବା ମିଠା କ୍ୟାନସରର କାରଣ । ଏହା ଶରୀର ପାଇଁ ହାନିକାରକ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପରି କିଛି କହି ଲୋକଙ୍କୁ ସତର୍କ କରାଇଛି । ବଜାରରେ ମିଳୁଥିବା କୋକାକଲା ସମେତ ଅନ୍ୟାନ୍ୟ ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସରେ ଆର୍ଟିଫିସିଆଲ ସୁଇଟନର ବା କୃତ୍ରିମ ମିଠା ବ୍ୟବହାର କରାଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ଆର୍ଟିିଫିସିଆଲ ସୁଇଟନର ଭାବେ ଆସପୋର୍ଟେମ ନାମକ ପଦାର୍ଥକୁ କମ୍ପାନୀମାନେବ୍ୟବହାର କରନ୍ତି । ଯାହା ଡାଏଟ ସୋଡାଠୁ ଆରମ୍ଭ କରି ଚୁଇଙ୍ଗମରେ ବ୍ୟବହାର କରାଯାଏ । କ୍ୟାନସର ଉପରେ ରିସର୍ଚ କରୁଥିବା ସଂସ୍ଥା ଇଂଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର ଜୁଲାଇରେ ଏହି ଆସପାର୍ଟେମକୁ କ୍ୟାନସର କାରକ ପଦାର୍ଥ ତାଲିକାରେ ସାମିଲ କରିବ । ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ଆସପୋର୍ଟେମ ବ୍ୟବହର କଲେ ଶରୀର ପାଇଁ ହାନିକାରକ ନୁହେଁ ବୋଲି ଏକ କମିଟି କହିଥିଲା । ଏପରି ସ୍ଥିତିରେ ଥଣ୍ଡା ପାନୀୟରେ କେତେ ପରିମାଣରେ ଆସପୋର୍ଟେମ ରହିଛି ତାହା ସ୍ପଷ୍ଟ କରିନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା
ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…





