ପ୍ରୀତିସ୍ମିତା, କାଳୁଚରଣ, ଏମ୍‌ଜିଏମ୍‌କୁ ‘ଓସ୍‌ଜା’ ପୁରସ୍କାର

ଭୁବନେଶ୍ୱର : -ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ, ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଏବଂ କ୍ରୀଡ଼ା ପ୍ରୋତ୍ସାହନରେ ବିଶେଷ ଅବଦାନ ରଖୁଥିବା ଏମ୍‌ଜିଏମ୍‌ ଗ୍ରୁପ୍‌କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମ୍‌ସ୍ଥିତ ଟେନିସ୍‌ ସେଣ୍ଟର୍‌ ଅଡିଟୋରିୟମ୍‌ଠା‌ରେ ଆୟୋଜିିତ ଉତ୍ସବରେ ଅତିଥିମାନେ ପ୍ରୀତିସ୍ମିତାଙ୍କୁ ୨୦୨୫ ମସିହାର ଶ୍ରେଷ୍ଠ ଖେଳାଳି ଏବଂ କାଳୁଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ବାବଦରେ ନଗଦ ୨୫ହଜାର ଟଙ୍କା ଲେଖାଏଁ, ପ୍ରଶସ୍ତିପତ୍ର, ଉତ୍ତରୀୟ ଓ ବିଶେଷ ଟ୍ରଫି ପ୍ରଦାନ କରିଥିଲେ। ନିରନ୍ତର ଭାବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପଦକ ଅମଳ କରୁଥିବା ପ୍ରୀତିସ୍ମିତା ଏସୀୟ ଯୁବ ଭାରୋତ୍ତୋଳନ, ବିଶ୍ବ ଯୁବ ଭାରୋତ୍ତୋଳନରେ ବିଶ୍ବ ରେକର୍ଡ ଏବଂ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ୩ ରେକର୍ଡ ସହ ୩ ସ୍ବର୍ଣ୍ଣ ପଦକ ଅମଳ କରି ଚର୍ଚ୍ଚାରେ ରହିଥିଲେ।

ସେହିଭଳି କ୍ରୀଡ଼ା ଓ ଯୁବସେବା ବିଭାଗରୁ ଅବସର ନେଇ ସାରିଥିବା ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ସାଢ଼େ ୩ ଦଶନ୍ଧି ଧରି ଡଜନେ ପ୍ରାୟ ଅନ୍ତର୍ଜାତୀୟ ଖେଳାଳି ଗଢ଼ିତୋଳିବା ସହ ଜାତୀୟସ୍ତରରେ ଓଡ଼ିଶାକୁ ଏକାଧିକ ଥର ପଦକ ବିଜେତା କରାଇଛନ୍ତି। ହକି ନିଶା ପାଇଁ ସେ ଏବେ ବି ହକି ପ୍ରଶିକ୍ଷଣ ସହିତ ଜଡ଼ିତ ରହି ନିଜ ସାଧନା ଜାରି ରଖିଛନ୍ତି। ଅନ୍ୟପକ୍ଷରେ କ୍ରୀଡ଼ାର ବିକାଶ ଦିଗରେ ପ୍ରମୁଖ ସହଯୋଗ ହାତ ବଢ଼ାଉଥିବା ଏମ୍‌ଜିଏମ୍‌କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏମ୍‌ଜିଏମ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କ ତରଫରୁ କମ୍ପାନିର ଏଜିଏମ୍‌ (କାର୍ପୋରେଟ୍‌ ଆଫେୟାର୍ସ ଆଣ୍ଡ୍‌ ସିଏସ୍‌ଆର୍‌) ଉତ୍ତମ କୁମାର ନାୟକ ପ୍ରଥମ ଥର ପାଇଁ ପ୍ରଚଳିତ ଏହି ସମ୍ମାନ ଗ୍ରହଣ କରିଥିଲେ।

ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସମ୍ମାନିତ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ। ‘ଓସ୍‌ଜା’ର ସଭାପତି ସନ୍ଦୀପ ମିଶ୍ର ପୌରୋହିତ୍ୟ କରିବା ସହ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସୁରେଶ ସ୍ବାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବରିଷ୍ଠ ଉପ ସଭାପତି ସମୀକ୍ଷା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ‘ଓସ୍‌ଜା’ ବା ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ୨୦୧୮ମସିହାରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟ୍‌ବଲର୍‌ ଦେବ ସିଂହ। ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରିଜଭୂଷଣ ମହାନ୍ତି।

୨୦୨୦ରେ ପାରା-ଆଥଲେଟ୍ ପ୍ରମୋଦ ଭଗତ ଓ ବିଶିଷ୍ଟ ଆଥଲେଟିକ୍ସ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍ ଗ୍ରାଣ୍ଡ ମାଷ୍ଟର ସ୍ୱୟମ୍ସ ମିଶ୍ର ଓ ଆଥଲେଟିକ୍ସ ପ୍ରଶିକ୍ଷକ ଅରୁଣ ଦାସ, ୨୦୨୨ ମସିହାରେ ବିଶିଷ୍ଟ ବାସ୍କେଟ୍‌ବଲ୍‌ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ୨୦୨୩ ମସିହାରେ ସାଇକ୍ଲିଷ୍ଟ୍‌ ସ୍ୱସ୍ତି ସିଂହ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ପୁରୁଷ ହକି ଖେଳାଳି ପିଟର ତିର୍କି, ୨୦୨୪ରେ ଜାଭେଲିନ୍ ତାରକା କିଶୋର କୁମାର ଜେନା ଓ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ ଶତପଥୀ ଏବଂ ୨୦୨୫ରେ ସଫଳ ସନ୍ତରିକା ପ୍ରତ୍ୟାଶା ରାୟ ଓ ଫୁଟ୍‌ବଲ୍‌ ପ୍ରଶିକ୍ଷକ ମହମ୍ମଦ ସାହିଦ୍‌ ଜବାର ଏହି ସମ୍ମାନ ପାଇଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ