ଭାରତରେ ନ୍ୟୁଜିଲାଣ୍ଡର ଐତିହାସିକ ସିରିଜ ବିଜୟ

ଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଭାରତରେ ନ୍ୟୁଜିଲାଣ୍ଡର ଏକ ଐତିହାସିକ ସିରିଜ ବିଜୟ। ତେବେ ଏହି ପରାଜୟ ଭାରତୀୟ ଦଳର ଦୁର୍ବଳତାକୁ ପଦାରେ ପକାଇଦେଇଥିବାବେଳେ କେତେକ କ୍ଷେତ୍ରରେ ଆଶା ସଂଚାର କରିଛି।

ଭାରତୀୟ ଦଳର ପରାଜୟ ପଛରେ ଏକ ବଡ଼ କାରଣ ହେଲା ନିସ୍ପ୍ରଭ ବୋଲିଂ। ଭାରତୀୟ ପିଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଆରାମରେ ଖେଳିଥିଲେ ଓ ଡାରିଲ୍ ମିଚେଲଙ୍କୁ ରୋକିବାକୁ ଭାରତୀୟ ବୋଲର ସକ୍ଷମ ହୋଇନଥିଲେ। ବୋଲିଂ ସମୟରେ ୬ଷ୍ଠ ବୋଲରଙ୍କ ଅଭାବ ଭାରତକୁ ସମସ୍ୟାରେ ପକାଇଥିଲା। ତାହାର ଫାଇଦା ନ୍ୟୁଜିଲାଣ୍ଡ ନେଇଥିଲା। ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ଆହତ ହୋଇ ବାଦ ପଡ଼ିବା ଓ ଅକ୍ଷର ପଟେଲଙ୍କ ସାମିଲ କରାନଯିବା ଦଳକୁ ସମସ୍ୟାରେ ପକାଇଥିଲା। ଦଳର ଆଉ ଏକ ଦୁର୍ବଳତା ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଖରାପ ଫର୍ମ। ଏହି ସିରିଜରେ ଭାରତୀୟ ଦଳରେ ଦେଖାଯାଇଥିବା ସବୁଠାରୁ ବଡ଼ ସମସ୍ୟା ହେଲା ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଖରାପ ଫର୍ମ। ରୋହିତ ୩ଟି ଦିନିକିଆରେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରିନଥିଲେ। ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ ହେବାକୁ ଥିବାବେଳେ ଏହା ଭାରତୀୟ ଦ​ଳ ପାଇଁ ଚିନ୍ତାର କାରଣ ହୋଇଛି। ଏପରିକି ପ୍ରକୃତରେ ତାଙ୍କର ବିଶ୍ବକପ ଖେଳିବା ନେଇ କ୍ଷୁଧା ଅଛି କି ନା ତାହା ନେଇ ପ୍ରଶ୍ନ କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତବୋଲର ସାଇମନ ଡଲ୍ ।
ତେବେ ଭାରତୀୟ ଦଳ ପାଇଁ ଏକ ଶୁଭ ସୂଚନା ହେଲା ବିରାଟ କୋହଲିଙ୍କ ଭଲ ଫର୍ମ। ଦକ୍ଷିଣ ଆଫ୍ରିକା ସିରିଜ ପରେ ସେ ଏହି ସିରିଜରେ ବି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେହିପରି ନୀତୀଶ ରେଡ୍ଡି ଓ ହର୍ଷିତ ରାଣାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତ ପାଇଁ ଆଶା ସଂଚାର କରିଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ