ବରଯାତ୍ରୀ ବେଳେ ହତ୍ୟା ମାମଲା: ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ଟେଙ୍ଗରାପଥର ଗ୍ରାମରୁ ମୁକ୍ତି ସାହୁ ନାମକ ଜୈନିକ ବ୍ଯକ୍ତି ଗୁଣ୍ଡୁରୁପାଲି ଗ୍ରାମକୁ ବରଯାତ୍ରୀ ଯାଇଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ଘଟଣାରେ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି। ପାଟଣାଗଡ଼ ଏଡିଜେ ଗିରଫ ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ ଯେ, ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଟେଙ୍ଗରାପଥର ଗ୍ରାମର ମୁକ୍ତି ସାହୁ ଖପ୍ରାଖୋଲ ବ୍ଲକ ଗୁଣ୍ଡୁରୁପାଲି ଗ୍ରାମକୁ ୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ ବରଯାତ୍ରୀ ଯାଇଥିଲେ। ଠିକ ସେହିପରି ଗ୍ରାମର ପଙ୍କଜ ଓରଫ ରୁକ୍ମଣ ବିଶି ଓ ଶିବ ସାହୁ ମଧ୍ୟ ଯାଇଥିଲେ। ସେଠାରୁ ମୁକ୍ତିକୁ ଶିବ ଓ ରୁକ୍ମଣ ଡାକି ନେଇଥିଲେ। କୌଣସି କାରଣରୁ ଝଗଡ଼ା ସୃଷ୍ଟି ହୋଇ ମୁକ୍ତିଙ୍କୁ ହତ୍ୟା କରିଥିଲେ। ପର ଦିନ ଅର୍ଥାତ୍ ୨୬ ତାରିଖରେ କପସିପାଲି ଗ୍ରାମର ସ୍ବଜଳଧାରା ନିକଟରୁ ମୁକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୁକ୍ତିଙ୍କୁ ହତ୍ୟା କରା ଯାଇଥିବା ନେଇ ପୁଅ ପ୍ରଶାନ୍ତ ସାହୁ ଖପ୍ରାଖୋଲ ଥାନାରେ ଏତାଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଖପ୍ରାଖୋଲ ପୁଲିସ ରୁକ୍ମଣ ଓ ଶିବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାର ମୋକଦ୍ଦମା ଚାଲିଥିବା ବେଳେ ସମସ୍ତ ତଥ୍ୟ ଓ ପ୍ରମାଣ ପରେ ପାଟଣାଗଡ଼ ଏଡିଜେ କୋର୍ଟ ଉଭୟ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହ ଉଭୟଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି। ଅନାଦେୟେ ଆହୁରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି। ଉପରୋକ୍ତ ରାଶି ମୃତ ମୁକ୍ତି ସାହୁଙ୍କ ପରିବାର ଲୋକଙ୍କୁ ଉଦିଷ୍ଟ ଯଦି ଏହା ଯଥେଷ୍ଟ ନ ହୁଏ ତେବେ ଜିଲ୍ଲା ଆଇନ ସେବା ସମିତି ତରଫରୁ ସହାୟତା କରାଯିବା ପାଇଁ ଅନୁମୋଦନ କରା ଯାଇଥିବା ଜଣାପଡ଼ିଛି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ