ଜୀବନ ନେଇଚାଲିଛି କିଲର୍ ଥାର୍ ଗାଡ଼ି

ଖୋର୍ଦ୍ଧା: ରାସ୍ତାରେ ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି କିଲର୍ ଗାଡ଼ି । ଗତକାଲି ଖୋର୍ଦ୍ଧା ଗଙ୍ଗପଡ଼ା ନିକଟରେ ଜାତୀୟ ରାଜପଥ ୧୬ରେ ଭୟଙ୍କର ଥାର୍ ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଆହତ ଜଣକ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଦ୍ରୁତ ଗତିରେ ଆସୁଥିବା ଥାର୍ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛ ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଥାର୍ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଥିଲା । ଇନଫୋ ଭ୍ୟାଲି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଥାର ଗାଡ଼ିରେ ମୋଟ ୪ ଜଣ ଥିଲେ । ମୃତାହତମାନେ ଜଟଣୀ ବ୍ଲକ ମଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଥାର୍ ଗାଡ଼ିଟି ମାତ୍ର ୧୫ ଦିନ ତଳେ କିଣାଯାଇଥିଲା ।
ଅନ୍ୟପଟେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟାରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ସାମ୍ନାରେ ଏକ ଥାର୍ ଗାଡ଼ି ବୁଲେଟ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇଥିବା ଥାର୍ ଗାଡ଼ି ଜବତ କରାଯାଇଛି । ଡ୍ରାଇଭର୍ ଫେରାର୍ ଥିବା ସୂଚନା । ଗୁରୁତରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକ ଜଣଙ୍କ ଓଲ୍ଡ ଟାଉନ୍ ଗୋଷାଗରେଶ୍ଵର ଛକରେ ରହୁଥିବା ରାଜା ପେଦିନି ।
ସେହିପରି ଚନ୍ଦକା ଅଞ୍ଚଳରେ ମଧ୍ୟ ଥାର୍-ଭେନ୍ୟୁ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବିଲ ଭିତରେ ପଶିଯାଇଥିଲା ଥାର୍ । ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା । ଦ୍ରୁତ ଗତିରେ ଗାଡ଼ି ଚଳାଇ ଭାରସାମ୍ୟ ହରାଇ ବିଲ ଭାତରକୁ ପଶିଗଲା ଗାଡ଼ି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚନ୍ଦକା ପୁଲିସର ଛାନଭିନ୍ । ଉଭୟ ଥାର୍ ଏବଂ ଭେନ୍ୟୁ କାର୍କୁ ଜବତ କରି ଥାନାକୁ ନେଇଥିଲା ଚନ୍ଦକା ପୁଲିସ । ରାଜଧାନୀରେ ୩-୩ଟି ଥାର୍ ଦୁର୍ଘଟଣା । ବାରମ୍ୱାର ଥାର୍ ଗାଡ଼ି ଦୁର୍ଘଟଣା ଘଟାଉଥିବା ଖବର ସାମନାକୁ ଆସୁଛି । ଗତ ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ବର ପାତ୍ରପଡ଼ାରେ ମଧ୍ୟ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ତେବେ କାହିଁକି ବାରମ୍ବାର ଜୀବନ ନେଉଛି ଥାର୍ ? ଦାମୀ ଗାଡ଼ି ସଉକ ନିଶାରେ ରାସ୍ତାରେ ଲଗାମଛଡ଼ା ହୋଇଯାଉଛନ୍ତି କି ଡ୍ରାଇଭର ? ଓଭର ସ୍ପିଡରେ ଥାର୍ ଚଳାଇବା ଏକ ସଉକ୍ ପାଲଟିଗଲାଣି କି ?

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ