ଆଜି ତୃତୀୟ ଟି୨୦; ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ଗୁଆହାଟୀ: ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆରମ୍ଭ ହେବାକୁ ଦୁଇ ସପ୍ତାହରୁ କମ୍ ସମୟ ବାକିଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍‌ ଦେଖିବା ପରେ ଲାଗୁଛି ଯେ ଗତଥରର ଚମ୍ପିଆନ୍‌ ଭାରତ ସଠିକ୍‌ ରାସ୍ତାରେ ଯାଉଛି। ଅଦ୍ୟାବଧି କୌଣସି ଦଳ କ୍ରମାଗତ ୨ଟି ଟି୨୦ ବିଶ୍ବକପ୍‌ ଜିତିନାହିଁ। ପୁଣି ଅଦ୍ୟାବଧି କୌଣସି ଆୟୋଜକ ଦେଶ ମଧ୍ୟ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତି ପାରିନାହିଁ। ହେଲେ ଟ୍ବେଣ୍ଟି୨୦ ବ୍ୟାଟିଂର ନୂତନ ପରିଭାଷା ଲେଖିଥିବା ଭାରତୀୟ ଦଳ ଉପରୋକ୍ତ ଇତିହାସକୁ ବଦଳାଇବା ଦିଗରେ ଅଗ୍ରସର ହେଉଛି। ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ନ୍ୟୁଜିଲାଣ୍ଡ ଏକ ଭଲ ଦଳ ହୋଇଥିଲେ ମଧ୍ୟ ପ୍ରଥମ ୨ଟିଯାକ ମ୍ୟାଚ୍‌ରେ ଭାରତ ସହଜରେ ଜିତିଛି।

ପ୍ରଥମ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ୨୩୮ ରନ୍‌ କରିଥିଲା; ଯାହା ନ୍ୟୁଜିଲାଣ୍ଡ ପାଇଁ ଅପହଞ୍ଚ ଥିଲା। ଦ୍ବିତୀୟ ମ୍ୟାଚ୍‌ରେ ଭାରତ ୨୦୯ ରନ୍‌ର ପିଛାକରି ୬ ରନ୍‌ରେ ୨ଟି ୱିକେଟ୍‌ ହରାଇଥିଲେ ମଧ୍ୟ ୨୮ଟି ବଲ୍‌ ବାକିଥାଇ ଜିତି ନେଇଥିଲା। ଉଭୟ ମ୍ୟାଚ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ପାଞ୍ଚ ମ୍ୟାଚ୍‌ର ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ରହିଛି। ରବିବାର ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବାକୁ ଭାରତ ପ୍ରୟାସ କରିବ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ