ସ୍ୱାସ୍ଥ୍ୟ ବିଭାଗ: ଏଣିକି ଅଫ୍‌ଲାଇନ୍‌ରେ କୌଣସି ବଦଳି ଆବେଦନ ଗ୍ରହଣ ହେବନାହିଁ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ଅଧିକାରୀ ଓ କର୍ମଚାରୀଙ୍କ ବଦଳି ପାଇଁ ନୂଆ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଣିକି ଅଫ୍‌ଲାଇନ୍‌ରେ କୌଣସି ବଦଳି ଆବେଦନ ଗ୍ରହଣ ହେବନାହିଁ । ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ପୋର୍ଟାଲ୍ https://transfer.hrmsodisha.gov.in/ ଆରମ୍ଭ କରିଛି । ବଦଳି ଚାହୁଁଥିବା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି ପୋର୍ଟାଲ୍‌ରେ ନିଜର କାଗଜପତ୍ର ସହ ଆବେଦନ କରିପାରିବେ ।

ବଦଳି ସମ୍ବନ୍ଧୀୟ ତଥ୍ୟ ଓ ଅନୁପାଳନ ସମ୍ପର୍କରେ ତଦାରଖ କରିବା ଲାଗି ଜିଲ୍ଲାସ୍ତରରେ ଜଣେ ଲେଖାଏଁ ସଂଯୋଜକଙ୍କୁ ଦାୟିତ୍ୱ ଦିଆଯାଇଛି । କର୍ମଚାରୀମାନେ ପ୍ରତିବର୍ଷ ଜାନୁଆରୀ ୧୫ରୁ ଫେବ୍ରୁଆରୀ ୧୪ ଭିତରେ ପୋର୍ଟାଲରେ ଆବେଦନ କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଏ ନେଇ ସମସ୍ତ ସିଡିଏମ୍ଓ, ପିଏଚ୍ଓଙ୍କ ସମେତ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
ଚିଠିରେ ଉଲ୍ଲେଖ ରହିଛି, କର୍ମଚାରୀଙ୍କ ବଦଳି ଆବେଦନକୁ ଗ୍ରହଣ କଲାପରେ ଖାଲିଥିବା ପଦବି ଅନୁଯାୟୀ ନିଯୁକ୍ତି ଦିଆଯିବ । ଆବେଦନକାରୀ ପୋର୍ଟାଲ୍‌ରେ ଚାକିରି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଦାଖଲ କରିବେ । ସେଥିପାଇଁ ଜିଲ୍ଲାସ୍ତରରେ ଦାୟିତ୍ୱରେ ଥିବା ସଂଯୋଜକ ସହଯୋଗ କରିବେ । ଯେଉଁମାନେ ପୋର୍ଟାଲ୍ରେ ଚାକିରି ସମ୍ବନ୍ଧୀୟ କାଗଜପତ୍ର ଦାଖଲ ନ କରିବେ, ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରାଯିବ । ଆବେଦନ ପ୍ରତ୍ୟାହାର ଏବଂ ପୁନଃ ଆବେଦନ ବ୍ୟବସ୍ଥା ମଧ୍ୟ ରହିଛି । ଡାକ୍ତରଙ୍କ ବ୍ୟତୀତ ଅନ୍ୟ ଗ୍ରୁପ୍-ସି ଓ ଡି କର୍ମଚାରୀ ମଧ୍ୟ ଅନ୍ତଃଜିଲ୍ଲାସ୍ତରୀୟ ସହମତିରେ ବଦଳି ପାଇଁ ଆବେଦନ କରିପାରିବେ ।

ଓଡ଼ିଶା ମେଡିକାଲ ସର୍ଭିର୍ସ ଆସୋସିଏସନ (ଓମ୍‌ସା ) ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି, ଅନ୍‌ଲାଇନ୍‌ରେ ବଦଳି ଆବେଦନ ପ୍ରକ୍ରିୟାକୁ ସ୍ୱାଗତ କରୁଛୁ । ଏଥିରେ କେବିକେ ଅଞ୍ଚଳରେ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଡାକ୍ତରମାନେ ଉପକୃତ ହେବେ । ଓମ୍ସା ଆନ୍ଦୋଳନ ପାଇଁ ଏହା ସମ୍ଭବ ହୋଇପାରିଲା । ଖୁବ୍ଶୀଘ୍ର ଡିଏସିପି ନେଇ ବୈଠକ ବସିବ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ