ଆଳୁ ସଙ୍କଟ: ମନଇଚ୍ଛା ଦର ପାଇଁ ପଶ୍ଚିମବଙ୍ଗରୁ ଆଳୁ ନ ଆଣିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘର ନିଷ୍ପତ୍ତି

ଭୁବନଶ୍ବର: ରାଜ୍ୟରେ ପୁଣିଥରେ ଉତ୍କଟ ହେଲା ଆଳୁ ସଙ୍କଟ। ପଶ୍ଚିମବଙ୍ଗରୁ ଓଡିଶାକୁ ଚୋରା ବାଟରେ ଆସୁଥିବା ଆଳୁ ବି ଏବେ ବନ୍ଦ ହୋଇଯାଇଛି। ପଶ୍ଚିମବଙ୍ଗ ବ୍ୟବସାୟୀ ଆଳୁ ଟ୍ରକ ପିଛା ମନଇଚ୍ଛା ଦର ନେବାରୁ ଓଡ଼ିଶାର ବ୍ୟବସାୟୀ ପଶ୍ଚିମବଙ୍ଗରୁ ଆଳୁ ନ ଆଣିବାକୁ ନେଇଛନ୍ତି କଠୋର ନିଷ୍ପତ୍ତି। ପଶ୍ଚିମବଙ୍ଗ ପାଇଁ ଆଳୁ ଦର କୁଇଣ୍ଟାଲ ପିଛା ୨୮୦୦ ଟଙ୍କା ଫିକ୍ସ କରାଯାଇଛି। କିନ୍ତୁ ପଶ୍ଚିମବଙ୍ଗ ବ୍ୟବସାୟୀ ତିନି ହଜାର ଟଙ୍କା ରେଟ ରଖିଛନ୍ତି। ଯାହାକି ଓଡିଶା ବ୍ୟବସାୟୀ ମହାସଂଘ ଗ୍ରହଣ କରିନାହିଁ। ୨୮୦୦ ଭିତରେ ଦେବ ଦିଅ ନ ହେଲେ ଆଦୌ ଆଳୁ ଦିଅ ନାହିଁ ବୋଲି ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ଜଣାଇଦେଇଛି ବ୍ୟବସାୟୀ ମହାସଂଘ।ପଶ୍ଚିମବଙ୍ଗରୁ ଚୋରା ବାଟରେ ଆଳୁ ଯେଉଁମାନେ ଆଣୁଛନ୍ତି ଅନେକ ମିଛ କହୁଛନ୍ତି। ଯାହାଦ୍ୱାରା ଖାଉଟିଙ୍କ ଉପରେ ଆର୍ଥିକ ବୋଝ ପଡୁଛି। ଏହାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।

ବର୍ତ୍ତମାନ ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ଆଶା କରାଯାଉ ନାହିଁ ବୋଲି କହି ସରକାରଙ୍କ ଉପରେ ବର୍ଷିଛି ବ୍ୟବସାୟୀ ମହାସଂଘ। ସରକାର କୌଣସି କଥାକୁ ଗୁରୁତ୍ୱର ସହ ବିଚାର କରୁ ନାହାନ୍ତି। ଆଲୋଚନା ବି କରୁ ନାହାଁନ୍ତ। ଗ୍ରାହକଙ୍କ ଠାରୁ ଅତ୍ୟଧିକ ଅର୍ଥ ଆଦାୟ କରାଯାଉଛି। କିନ୍ତୁ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଭୋଟ ସମୟ ଆସିଲେ ଗ୍ରାହକ ମାନେ ଏହାର ଉତ୍ତର ଦେବେ। ଆଳୁର ପାଇକାରୀ ଦର ୨୨୦୦ ରୁ ୨୮୦୦ ରହୁଛି। ତେଣୁ ଆଳୁ ଦର ବଜାରରେ ୪୦ କିମ୍ବା ୫୦ ଟଙ୍କା ହେବା କଥା ନୁହେଁ। ବ୍ୟବସାୟୀଙ୍କ ମଧ୍ୟରେ ଗୋଟିଏ ଅସୁସ୍ଥ ପ୍ରତିଯୋଗିତା ଚାଲିଛି। ସରକାରଙ୍କ ପାଖରେ ଏହାକୁ ନିୟନ୍ତ୍ରଣ କରିବାକୁ ପଲିସି ନାହିଁ। ସରକାର ଆଲୁର ଗୋଟିଏ ଦର ଧାର୍ଯ୍ୟ କରନ୍ତୁ ବୋଲି ଦାବି କଲା ମହାସଂଘ। ସରକାରଙ୍କୁ ଏକଥା କିଏ ଶିଖାଇବ କି ବୋଲି ପ୍ରଶ୍ନ କଲା ବ୍ୟବସାୟୀ ମହାସଂଘ। ସେଥିପାଇଁ ହିଁ ପଶ୍ଚିମବଙ୍ଗରୁ ଆଳୁ ଆଣିବା ଉପରେ ସର୍ତ୍ତ ରଖାଗଲା ବୋଲି କୁହାଯାଇଛି। ଏହି ସମୟରେ ରାଜ୍ୟର ବ୍ୟବସାୟୀ ମାନେ ୟୁପି ସହ ଆଳୁକୁ ନେଇ କଲେ ଚୁକ୍ତି। ଆଳୁ ସପ୍ଲାଏ ଚେନକୁ ବ୍ୟାହତ କରାଯିବ ନାହିଁ ବୋଲି ୟୁପି ପ୍ରତିଶ୍ରୁତି ଦେଇଛି। ୟୁପିରୁ ଆଳୁ ଆସିଲେ ରାସ୍ତା ଖର୍ଚ୍ଚ ଅଧିକ ପଡୁଛି। ୧୦ ରୁ ୨୦ ଜଣ ବ୍ୟବସାୟୀ ମିଶି ଟ୍ରେନରେ ଆଳୁ ଆଣିବାକୁ ଯୋଜନା। ୮୪ ପ୍ରକାର ଆଳୁ ୟୁପିରେ ଉପଲବ୍ଧ। ଆସାମକୁ ଆଳୁ ଟ୍ରେନରେ ଯାଉଛି। କେନ୍ଦ୍ର ସରକାର ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନିଆଯାଇପାରେ।

ୟୁପିର ବ୍ୟବସାୟୀ, ଚାଷୀ, ଶୀତଳ ଭଣ୍ଡାର ମାଲିକଙ୍କ ସମେତ ଉଦ୍ୟାନକୃଷି ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଗୋଟିଏ ବୁଝାମଣା ହୋଇଛି ୟୁପି ସହିତ। ଏଭଳି ନିଷ୍ପତ୍ତି ନେଇଥିବାରୁ ଖାଉଟିଙ୍କ ସହଯୋଗ ଲୋଡିଲା ବ୍ୟବସାୟୀ ମହାସଂଘ। ୟୁପି ଆଳୁ ଖରାପ ବୋଲି ଓଡ଼ିଶାରେ ମାନସିକତା ରହିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ କେହି ବି ଏହାକୁ ପସନ୍ଦ କରୁ ନ ଥିବା ସ୍ବୀକାର କରିଛି ମହାସଂଘ। ଆଉ ଟିକେ ଅଧିକ ଦର ଦେଲେ ୟୁପିରୁ ଆହୁରି ଭଲ ମାନର ଆଳୁ ଆସିପାରିବ। ଏ ଦିଗରେ ବି ଧ୍ୟାନ ଦିଆଯାଉଛି। ଲୋକଙ୍କ ଗ୍ରହଣୀୟତା ବଢିଲେ ଯାଇ ୟୁପି ଆଳୁ ଅଧିକ ମଗାଯାଇ ପାରିବ। କଟକ ଭୁବନେଶ୍ୱର ମିସିକି ଟ୍ରେନ ରାକରେ ଆଳୁ ମଗାଯିବାକୁ ଯୋଜନା ହେଉଛି। ଆଳୁକୁ ନେଇ ରିସ୍କ ନେବାକୁ ପଡିବ ବୋଲିବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ