କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୨ ଦିନିଆ କୁଏଦ ଗସ୍ତରେ ଯାଇଛନ୍ତି। ବିଗତ ୪୩ ବର୍ଷ ମଧ୍ୟରେ ଗଲ୍‌ଫ ଦେଶକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ୧୯୮୧ରେ ଶେଷ ଥର ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କୁଏତ ଯାଇଥିଲେ। ଦୀର୍ଘ ବର୍ଷ ପରେ ପୁନର୍ବାର ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଯାଉଥିବାରୁ ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଵାଗତ କରିବା ଲାଗି କୁଏତ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ରାସ୍ତାଘାଟରେ ବିରାଟ ବିରାଟ ହୋର୍ଡିଂ ଲଗାଯାଇଛି ‘ହାଲା ମୋଦୀ’ ବୋଲି ଲେଖାଯାଇଛି।
ଗସ୍ତ ସମୟରେ ମୋଦୀ କୁଏତର ବରିଷ୍ଠ ନେତୃବୃନ୍ଦମାନଙ୍କ ସହିତ ଆଲୋଚନା କରିବେ। ପ୍ରତିରକ୍ଷା, ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ଦିଗରେ ଦୁଇ ଦେଶର ନେତା ଆଲୋଚନା କରିପାରନ୍ତି। ଏହା ସହିତ ସେ ଭାରତୀୟ ଶ୍ରମିକଙ୍କ ଶିବିରକୁ ବି ଗସ୍ତ କରିବେ। ତା’ ସହିତ ଗଲ୍ଫ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମଧ୍ୟ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।

  • Garvita Odia

    Related Posts

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ…

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ନୂଆଦିଲ୍ଲୀ: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧