ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ଷ୍ଟେସନ ନିକଟରେ ରେଲୱେ ଟ୍ରାକ୍ ପାର ହେବାବେଳେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ପାସେଞ୍ଜର ଟ୍ରେନ୍। ମୃତ ବୃଦ୍ଧା ଜଣଙ୍କ ହେଲେ ରତିକା ପୋଢ଼। ତାଙ୍କ ଘର ଖମ୍ବେଶ୍ୱରୀପାଲି ଗାଁର ବୋଲି ଜଣାଯାଇଛି।
ଆଜି ସକାଳେ ବୃଦ୍ଧା ଜଣଙ୍କ ରେଲୱେ ଟ୍ରାକ୍ ପାର ହୋଇ ନିଜ ବିଲକୁ ଯାଉଥିଲେ। ଏହି ସମୟରେ ତାଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା। ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ଜିଆରପି ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।




