ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ସ୍କଲାରଶିପ୍‌ ଘୋଷଣା

ନୂଆଦିଲ୍ଲୀ: ସମ୍ବିଧାନ ପ୍ରଣେତା ଡ ବିଆର ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ସ୍କଲାରଶିପ୍‌ ବା ବୃତ୍ତି ଘୋଷଣା କରିଛନ୍ତି ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।

ଆଗକୁ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ବିବାଦ ଓ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଜି ଆମ୍ବେଦକର ଛାତ୍ର ବୃତ୍ତି ଲାଗୁ କରିବେ ବୋଲି କହିଛନ୍ତି। ସମ୍ବିଧାନର ପ୍ରତିଷ୍ଠାତା ଆମ୍ବେଦକରଙ୍କ ପ୍ରତି ଅମିତ ଶାହ ଅସମ୍ମାନ କରିବା ଭଳି ଶବ୍ଦ ପ୍ରୟୋଗ କରିଥିବାରୁ ଏହାର ଜବାବରେ କେଜ୍ରିୱାଲ ଏପରି ଏକ ବୃତ୍ତି ଯୋଜନା ଲାଗୁ କରିଥିବା କହିଛନ୍ତି।

ଗୋଟିଏ ନିର୍ବାଚନୀ ସଭାକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, ଯଦି ଆପ୍‌ ଆସନ୍ତା ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜୟୀ ହୁଏ, ତା’ହେଲେ ସରକାର ବିଦେଶରେ ନାମ ଲେଖାଇଥିବା ଦଳିତ ଶିକ୍ଷାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ। ଅର୍ଥ ଅଭାବରୁ ଦିଲ୍ଲୀର କୌଣସି ଦଳିତ ଶିକ୍ଷାର୍ଥୀ ଯେମିତି ବିଦେଶରେ ପାଠ ପଢ଼ିବା ଅଧାରୁ ନ ଛାଡ଼ିବେ, ତା’ର ବ୍ୟବସ୍ଥା ଆପ୍‌ କରିବ।ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଓ ପଲଟିକାଲ ସାଇନ୍ସ(ଏଲଏସଇ)ରେ ପଢ଼ୁଥିବା ଆମ୍ବେଦକରଙ୍କୁ ଅର୍ଥ ଅଭାବରୁ ଅଧାରେ ପାଠ ବନ୍ଦ କରିବାକୁ ପଡ଼ିଥିଲା। ସେ ଘରକୁ ଆସିଥିଲେ ଓ ଟଙ୍କା ଯୋଗାଡ଼ କରିଥିଲେ। ଏହାପରେ ସେ ଏଲଏସଇ ଯାଇଥିଲେ ଓ ପୁଣି ନିଜର ଶିକ୍ଷା ଶେଷ କରିଥିଲେ ବୋଲି କେଜ୍ରିୱାଲ କହିଛନ୍ତି।

  • Related Posts

    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading
    ଆଫଗାନିସ୍ତାନ ଭୂମିକମ୍ପ: ୮ମୃତ

    ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ରିପୋର୍ଟ କରିଛି ଯେ, ଦେଶର ବିଭିନ୍ନ ସ୍ଥାନରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୯୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ