ଓଠ ଫଟା ଭଲ ହୋଇଯିବ ; ଆପଣାନ୍ତୁ ଘରୋଇ ଉପଚାର ଉଇକି

ଶୀତ ଦିନେ ତ୍ୱଚା ରୁକ୍ଷ ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ। ଏଥିପାଇଁ ଫଟା ଓଠରେ ବାରମ୍ବାର ଲିପ୍ ବାମ ଲଗାଇ ଥାନ୍ତି। ହେଲେ ଓଠ ଫାଟିବାରୁ ମୁକ୍ତି ମିଳି ନଥାଏ। ବଜାରରେ ମିଳୁଥିବା ଲିପ୍‌ବାମ ଓଠକୁ କଳା ପକାଇ ଦେଇଥାଏ। ତେଣୁ ଏପରି ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠ ଫାଟିବାରୁ ମୁକ୍ତି ପାଇ ପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ ।

ଘିଅ ବା ଲହୁଣୀ: ଶୀତ ଦିରେ ଆପଣଙ୍କ ଓଠ ଫାଟୁଛି ତାହା ହେଲେ ଗୁଆ ଘିଅକୁ ଓଠରେ ଲଗାନ୍ତୁ। ଏଥିସହ ଆପଣ ଲହୁଣୀ ଲଗାଇପାରିବେ। ବିଶେଷ କରି ରାତିରେ ଶୋଇବା ବେଳେ ଓଠରେ ଘିଅ ଲଗାଇ ଶୁଅନ୍ତୁ। ଫଳରେ ଓଠ ରୁକ୍ଷ ବଦଳରେ ନରମ ରହିଥାଏ ।

ମହୁ: ଶୀତ ଦିନରେ ଓଠରେ ମହୁ ଲଗାଇପାରିବେ। ଏହା ଦ୍ୱାରା ଓଠ ନରମ ରହିଥାଏ। ମହୁରେ ପ୍ରାକୃତିକ ହାଇଡ୍ରେଟିଂ ଏଜେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରପୂର ହୋଇ ରହିଥାଏ।

ନଡ଼ିଆ ତେଲ: ନଡିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଶୁଖିଲା ଏବଂ ଫାଟିଯାଇଥିବା ଓଠକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଶୀତଦିନେ ଓଠ ଫାଟୁଥିଲେ ନଡ଼ିଆ ଲଗାଲେ ଲାଭଦାୟକ ହୋଇଥାଏ।

ଆଲୋଭେରା ଜେଲ : ଆଲୋ ଭେରା ଜେଲକୁ ଫଟା ଓଠରେ ଲଗାଇଲେ ଲାଭ ଦାୟକ। ଏହା ବ୍ୟବହାର କରିବା ଦ୍ୱାରା ଆମର ଓଠ ଫଟା ଭଲ ହୋଇଯାଇଥାଏ।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ