ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲାହାକୋଠି ନିକଟସ୍ଥ ୧୩୪ନମ୍ବର ଜାତୀୟ ରାଜପଥରେ ବାଟରେ ବାପପୁଅଙ୍କ ମାଡ଼ିଗଲା ହାଇୱା। ମୃତକ ହେଲେ ପାବରୁଷ ଏକ୍କା ଓ ତାଙ୍କ ପୁଅ ଶୟୁନ୍ ଏକ୍କା। ସେମାନଙ୍କ ଘର ବେଦବ୍ୟାସରେ ବୋଲି ଜଣାଯାଇଛି। ପାବରୁଷ ମାମୁଙ୍କର ଶୁଦ୍ଧିକ୍ରିୟା ଥିଲେ। ଗତକାଲି ପାବରୁଷ ଓ ତାଙ୍କ ପୁଅ ନିଜ ମାମୁଙ୍କ ଶୁଦ୍ଧିକ୍ରିୟା ସାରି ବାଇକ ଯୋଗେ ଝାରଖଣ୍ଡରୁ ନିଜ ଘରକୁ ଫେରୁଥିଲେ। ଲାହାକୋଠି ନିକଟସ୍ଥ ୧୩୪ନମ୍ବର ଜାତୀୟ ରାଜପଥରେ ସେମାନେ ବାଇକକୁ ହାଇୱା ଧକ୍କା ହୋଇଥିଲା। ବାପପୁଅ ତଳେ ଛିଟିକି ପଡ଼ିଯାଇଥିଲେ। ହାଇୱା ତାଙ୍କ ଉପରେ ମାଡ଼ି ଯାଇଥିଲା।ବାପପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପାବରୁଷଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ରହିଛି। ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ହାଇୱାକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…








