ହାଇଦ୍ରାବାଦ୍: ଅଭିନେତା ଆଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଜୁବୁଲି ହିଲ୍ସ ଘର ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ପଥର ମାଡ କରିଛନ୍ତି। ଜେଏସି ନେତାମାନେ ଏହି କାଣ୍ଡ କରିଥିବା ଅଭିଯୋଗ ହୋଇଛି ଏବଂ ପୋଲିସ ଜେଏସି ନେତାମାନଙ୍କୁ ଅଟକ ରଖିଛି।
ଆଜି ଆଲୁ ଅର୍ଜୁନ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ଅଫଲାଇନ କିମ୍ବା ଅନ୍ଲାଇନ୍ରେ କାହା ସହିତ ଅପମାନଜନକ ଭାଷା ବ୍ୟବହାର ନ କରିବାକୁ ତାଙ୍କ ପ୍ରଶଂସକଙ୍କୁ ନିବେଦନ କରିଥିଲେ। ହାଇଦ୍ରାବାଦର ଥିଏଟରରେ ଘଟିଥିବା ଦୁର୍ଘଟଣାରେ ସେ ଦୁଃଖିତ। ତାଙ୍କ ଚରିତ୍ରକୁ ହତ୍ୟା କରିବା ପାଇଁ ଚେଷ୍ଟା କରାଯାଉଛି।
ଆଲୁ କହିଛନ୍ତି ଯେ. ଏହା ଏକ ଦୁର୍ଘଟଣା ଏବଂ ମୁଁ ପରିବାର ପ୍ରତି ସହାନୁଭୂତି ଦେଖାଉଛି। ମୁଁ କାହାକୁ ଦୋଷ ଦେବାକୁ ଚାହେଁ ନାହିଁ। ଅନେକ ଭୁଲ ତଥ୍ୟ ବିସ୍ତାର କରାଯାଉଛି । ଯାହା ଘଟିଛି ମୁଁ କ୍ଷମା ମାଗୁଛି। ସେଠାରେ କୌଣସି ରୋଡ ଶୋ ନ ଥିଲା, ଏ ବିଷୟରେ ଭୁଲ ତଥ୍ୟ ବିସ୍ତାର କରାଯାଉଛି ।
ପୁଷ୍ପା ୨ର ପ୍ରିମିୟର୍ ସମୟରେ ସନ୍ଧ୍ୟା ଥିଏଟରରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ୮ ବର୍ଷର ଶିଶୁକୁ ଭେଣ୍ଟିଲେଟରରେ ରଖିବାକୁ ପଡିଲା। ୧୩ ଡିସେମ୍ବରରେ ଆଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା। ତେବେ ତେଲଙ୍ଗାନା ହାଇକୋର୍ଟ ତାଙ୍କୁ ୪ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିଛନ୍ତି।
ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…








