ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ ସିମେଣ୍ଟ କମ୍ପାନୀ ମାଲିକାନାରେ ଥିବା ସେମାନଙ୍କ ଜମି ନିମନ୍ତେ କ୍ଷତିପୂରଣ ଦାବିକରି କୃଷକ ବିଦ୍ୟାଧର ଯାଦବଙ୍କ ପରିବାର ଏବଂ କମ୍ପାନୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ପ୍ରତିବାଦ ସ୍ବରୂପ ଇଚ୍ଛାମୃତ୍ୟୁ ଦାବିକରି ବିଦ୍ୟାଧର ଓ ତାଙ୍କ ପରିବାର ସଦସ୍ୟ ଗତ ୧୦ ତାରିଖରେ ଜୁଇରେ ବସିଥିଲେ। ଉକ୍ତ ପରିବାରକୁ ଆତ୍ମଦାହରୁ ବଞ୍ଚାଇବା ପାଇଁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏଥିପାଇଁ ବହୁତ ଅର୍ଥ ବ୍ୟୟ ହୋଇଥିବାରୁ ପୋଲିସ ବିଦ୍ୟାଧରଙ୍କ ଉପରେ ୯.୯୧ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ରାଜସ୍ଥାନ ସରକାରଙ୍କ ନିର୍ଦ୍ଦେଶକ୍ରମେ ଝୁନ୍ଝୁନୁ ଏସ୍ପି ଶରଦ ଚୌଧରୀ ବିଦ୍ୟାଧରଙ୍କୁ ନୋଟିସ୍ ପଠାଇଛନ୍ତି।
ସଂସଦ ମୌସୁମୀ ଅଧିବେଶନ; ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ
ନୂଆଦିଲ୍ଲୀ: ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା । ଏହି ଅବସରରେ ସଂସଦ ଭବନଠାରୁ ଆରମ୍ଭ କରି ସଦନ ଭିତର ପର୍ଯ୍ୟନ୍ତ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ…




