ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଓଡ଼ିଶାରେ ଖବରଦାତା ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ଖବରଦାତା ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ ରହିଛି। ଏହି ବନ୍ଧୁମାନଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ଖବରଦାତା ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବେ ମାନ୍ୟତା ପ୍ରଦାନ କରିବା ତଥା ପେନ୍‌ସନ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।
ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ଖବରଦାତାଙ୍କ ସ୍ବାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ। ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା, ତାହା ପୂର୍ବରୁ ସମ୍ବିଧାନ ସଂଶୋଧନ କରାଗଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସମ୍ବିଧାନର ସଂଶୋଧନ କରାଇଥିଲେ, ଖବରଦାତାମାନେ ଏହାର ବଡ଼ ଶିକାର ହୋଇଥିଲେ। ସମାଲୋଚନାରୁ ବଞ୍ଚିବା ପାଇଁ ବାକ୍‌ ସ୍ବାଧୀନତାକୁ ସଂଶୋଧନ କରାଗଲା। ଆମ ଦେଶ ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତନ୍ତ୍ରର କିଛି ସର୍ତ୍ତ ଅଛି। ସର୍ତ୍ତ ହେଉଛି ୫ ବର୍ଷରେ ଥରେ ଜନପ୍ରତିନିଧିଙ୍କ ପାଇଁ ପରୀକ୍ଷା ସଦୃଶ ନିର୍ବାଚନ ହେବ। ସମସ୍ତ ଜନପ୍ରତିନିଧି ଗଣତନ୍ତ୍ରର ପୂଜାରୀ। ଅନେକ କଳ୍ପନା ଓ ଯୋଜନାକୁ ନେଇ ସେମାନେ ସମାଜ ପାଖକୁ ଯାଆନ୍ତି। ତେବେ ତାହା ଠିକ୍‌ ନା ଭୁଲ୍‌ ତାହାକୁ ଦେଖାଇବା ଖବରଦାତାମାନଙ୍କ ଦାୟିତ୍ୱ। ଜନପ୍ରତିନିଧିଙ୍କ କଥାର ନିର୍ଣ୍ଣୟ ସମାଜ କରିବ। ମାତ୍ର ବର୍ତ୍ତମାନ ଦଳେ ଲୋକ ସତ୍ୟକୁ ସାମ୍ନା କରିବାର ସାହସ ରଖୁନାହାନ୍ତି। ୨୦୩୬ ଓ ୨୦୪୭ ସମୟ ଅବଧି ମଧ୍ୟରେ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ ତିଆରି କରିବାରେ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗଣମାଧ୍ୟମର ବଡ଼ ଭୂମିକା ରହିବ। ଅଧିକାର ସେତେବେଳେ ପୂରା ହେବ, ଯେତେବେଳେ ଜଣେ ଦାୟିତ୍ୱ ନେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

  • Related Posts

    ସଂସଦ ମୌସୁମୀ ଅଧିବେଶନ; ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

    ନୂଆଦିଲ୍ଲୀ: ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା । ଏହି ଅବସରରେ ସଂସଦ ଭବନଠାରୁ ଆରମ୍ଭ କରି ସଦନ ଭିତର ପର୍ଯ୍ୟନ୍ତ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ…

    Continue reading
    ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି

    ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ