ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ତଥା କ୍ରିକେଟର୍ ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକ୍ଙ୍କ ବିବାହ ଗୁରୁବାର ସମ୍ପନ୍ନ ହୋଇଛି। ପରିବାରବର୍ଗ ଓ ଅଳ୍ପ କିଛି ପାରିବାରିକ ବନ୍ଧୁଙ୍କ ଉପସ୍ଥିତିରେ ମୁମ୍ବାଇର ବିଳାଶମୟ ପଞ୍ଚତାରକା ହୋଟେଲ୍ ସେଣ୍ଟ୍ ରେଗିସ୍ରେ ଏହି ବିବାହ ସମ୍ପନ୍ନ ହୋଇଛି। ଗତ ବର୍ଷ ଅଗଷ୍ଟ ମାସରେ ଉଭୟଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ତଥା କ୍ରିକେଟର୍ ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକ୍ଙ୍କ ବିବାହ ଗୁରୁବାର ସମ୍ପନ୍ନ ହୋଇଛି। ପରିବାରବର୍ଗ ଓ ଅଳ୍ପ କିଛି ପାରିବାରିକ ବନ୍ଧୁଙ୍କ ଉପସ୍ଥିତିରେ ମୁମ୍ବାଇର ବିଳାଶମୟ ପଞ୍ଚତାରକା ହୋଟେଲ୍ ସେଣ୍ଟ୍ ରେଗିସ୍ରେ ଏହି ବିବାହ ସମ୍ପନ୍ନ ହୋଇଛି।
ଅର୍ଜୁନ ତେନ୍ଦୁଲକରଙ୍କ ପତ୍ନୀ ସାନିଆ ଚାନ୍ଦୋକ୍ ହେଉଛନ୍ତି ମୁମ୍ବାଇର ଜଣାଶୁଣା ବ୍ୟବସାୟୀ ତଥା ଗ୍ରାଭିସ୍ ଗ୍ରୁପର ଅଧ୍ୟକ୍ଷ ରବି ଚାନ୍ଦୋକ୍ଙ୍କ ନାତୁଣୀ। ଗ୍ରାଭିସ୍ ଗ୍ରୁପ ହୋଟେଲ, ଆଇସକ୍ରିମ୍ ଓ ଅନ୍ୟ କେତେକ ଖାଦ୍ୟ ବ୍ୟବସାୟରେ ଏକ ଜଣାଶୁଣା ନାମ। ନିଜେ ସାନିଆ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପାଠ ପଢିବା ସହ ଭେଟନାରି ଟେକନିସିଆନ୍ ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି। ପରିବାରର ଏହି ବ୍ୟବସାୟ ସାମ୍ରାଜ୍ୟଠାରୁ ଅଲଗା ଏକ ନିଜସ୍ବ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି ସାନିଆ। ତାହା ହେଉଛି ‘ମିଃ ପ’ଜ୍ ପେଟ୍ ସ୍ପା’। ଏହା ପୋଷା କୁକୁରମାନଙ୍କୁ ଚିକିତ୍ସା ଓ ଯତ୍ନ ପାଇଁ କାମ କରିଥାଏ।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




